ଅନ୍ୟାନ୍ୟ

ଛାତ୍ରଙ୍କୁ ବଞ୍ଚେଇବାକୁ ଯାଇ ପାଣିରେ ବୁଡ଼ିଗଲେ ଶିକ୍ଷକ, ଗାଁ ରେ ଶୋକର ଛାୟା

ଭୁବନେଶ୍ୱର: ଛାତ୍ରଙ୍କୁ ବଞ୍ଚେଇବାକୁ ଯାଇ ପାଣିରେ ବୁଡ଼ିଗଲେ ଶିକ୍ଷକ । ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ନୟାଗଡ ଜିଲ୍ଲା ଖଣ୍ଡପଡା ବ୍ଳକରେ । କଣ୍ଟିଲୋ ମହାନଦୀ ସ୍ମଶାନ ତୁଠରେ ବୁଡି ଯାଇ ଜଣେ ଶିକ୍ଷକଙ୍କ ମୃତ୍ୟୁ ହୋଇଛି । ମୃତ ଶିକ୍ଷକ ଜଣକ ହେଉଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡା ଅଞ୍ଚଳର ବିଜୟନଗର ପଞ୍ଚାୟତ ଶଙ୍ଖପଦା ଗ୍ରାମର ସରୋଜ କୁମାର ଦାସ । ସୂଚନା ଅନୁଯାୟୀ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଅଞ୍ଚଳର ଏକ ଘରୋଇ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କୁ ନେଇ ଶିକ୍ଷକ ଜଣକ ନୟାଗଡ଼ ବୁଲିବାକୁ ଆସିଥିଲେ। ସକାଳ ୭ ଟାରେ କଣ୍ଟିଲୋ ମହାନଦୀରେ ଗାଧୋଇବା ସମୟରେ ଜଣେ ଛାତ୍ର ବୁଡି ଯାଉଥିବା ଦେଖି ଶିକ୍ଷକ ଜଣକ ତାଙ୍କୁ ବଞ୍ଚେଇବାକୁ ଯାଇଥିଲେ। ଛାତ୍ରକୁ ବଞ୍ଚେଇବାକୁ ଯାଇ ଶିକ୍ଷକ ଜଣକ ନଦୀର ଗଭୀର ନଦୀରେ ବୁଡିଯାଇଥିଲେ। ଛାତ୍ରଛାତ୍ରୀଙ୍କ ପାଟି ଶୁଣି ସ୍ଥାନୀୟ ଲୋକମାନେ ଆସି ଶିକ୍ଷକଙ୍କୁ ନଦୀରୁ ଅଚେତ ଅବସ୍ଥାରେ ଉଦ୍ଧାର କରି ହସ୍ପିଟାଲ ନେଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।

 

Related Articles

Back to top button
WP Twitter Auto Publish Powered By : XYZScripts.com