ଅନ୍ୟାନ୍ୟ

ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଆମେରିକାର ଗୁପ୍ତ ତଥ୍ୟ

 ଭୁବନେଶ୍ୱର, ୦୮/୦୪/୨୦୨୩ –    ୟୁକ୍ରେନକୁ ସହଯୋଗ କରିବା ଆମେରିକାକୁ ମହଙ୍ଗା ପଡିଛି । ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ପେଣ୍ଟାଗନର ଗୁପ୍ତ ତଥ୍ୟ । ୟୁକ୍ରେନକୁ ଋଷ ବିରୋଧରେ ଯୁଦ୍ଧ କରିବା ପାଇଁ ଆମେରିକା ଓ ନାଟୋ ଦେଶ ଯୋଜନା କରିଥିବାର ଗୋପନୀୟ ତଥ୍ୟ ଏବେ ଭାଇରାଲ ହେଉଛି । ଯେଉଁଥିରେ ଅସ୍ତ୍ର ଯୋଗାଣ, ସେନାର ଶକ୍ତି ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସୂଚନା ରହିଛି ।

ଏହି ଭାଇରାଲ ତଥ୍ୟ ମାତ୍ର ୫ ସପ୍ତାହର । ଯେଉଁଥିରେ ୧୨ ୟୁକ୍ରେନ କମ୍ବାଟ ବିଗ୍ରେଡରଙ୍କ ତାଲିମ ସିଡ୍ୟୁଲ ମଧ୍ୟ ରହିଛି । ଏଥି ମଧ୍ୟରୁ ୯ ଜଣ ୟୁକ୍ରେନ କମ୍ବାଟ ବିଗ୍ରେଡରଙ୍କୁ ଆମେରିକା ଓ ନାଟୋ ବାହିନୀ ତାଲିମ ଦେଉଛନ୍ତି ବୋଲି ଏହି ତଥ୍ୟରେ ଉଲ୍ଲେଖ କରାଯାଇଛି । ତେବେ କେମିତି ହେଲା ତଥ୍ୟ ଲିକ ଏନେଇ ପେଣ୍ଟାଗନ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ ।

ଏହି ଘଟଣାକୁ ନେଇ ପେଣ୍ଟାଗନ କେବଳ ଏତିକି କହିଛି ଯେ, ତଥ୍ୟ ସୁରକ୍ଷା ଭଙ୍ଗକୁ ଆମେ ଅତି ଗମ୍ଭୀରତାର ସହ ଯାଞ୍ଚ କରୁଛୁ । ସେହିପରି ଉପ ପ୍ରେସ ସଚିବ ସବରିନା ସିଂହ କହିଛନ୍ତି ସୋସିଆଲ ମିଡିଆ ପୋଷ୍ଟ ସମ୍ପର୍କରେ ଆମେ ଅବଗତ ଅଛୁ ଏନେଇ ସମୀକ୍ଷା ମଧ୍ୟ କରାଯାଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com