ଅନ୍ୟାନ୍ୟ

ନୂଆ ହୋଣ୍ଡା ଉଈ୩୫୦ର କ’ଣ ଫିଚର ରହିଛି? ଜଋ କ୍ଲାସିକ ୩୫୦ ସହିତ କରିବ ପ୍ରତିଦ୍ୱନ୍ଦ୍ୱିତା..

ବାଇକ ପ୍ରେମୀଙ୍କ ପାଇଁ ଖୁସି ଖବର । ବଜାରକୁ ଆସିଲା ହୋଣ୍ଡା ସିବି୩୫୦ ବାଇକ । ହୋଣ୍ଡା ତାର ଏହି ନୂଆ ବାଇକକୁ ଲଂଚ କରିଛି । ଏହାର ପ୍ରାରମ୍ଭିକ ମୂଲ୍ୟ ୨ଲକ୍ଷ ଟଙ୍କା ରହିଛି । ଏହାକୁ ବିଗୱିଙ୍ଗ ଡିଲରସିପରୁ କିଣାଯାଇପାରିବ । ତେବେ ଏଥିରେ କଣ ସବୁ ଫିଚର ରହିଛି ଏବଂ ଗ୍ରାହକ କି ସୁବିଧା ପାଇପାରିବେ ଚାଲନ୍ତୁ ଜାଣିବା ।

ହୋଣ୍ଡା ସିବି୩୫୦ । ଏହା ଦୁଇଟି ପ୍ରକାରରେ ଗ୍ରାହକଙ୍କ ପାଇଁ ଉପଲବ୍ଧ ହୋଇଛି । ଯେମିତିକି ସିବି୩୫୦ ଡିଏଲଏକ୍ସ ଏବଂ ସିବି୩୫୦ ଡିଏଲଏକ୍ସ ପ୍ରୋ । ଆଉ ଏହାର ମୂଲ୍ୟ ୨ଲକ୍ଷ ଏବଂ ୨ଲକ୍ଷ ୧୮ ହଜାର ରହିଛି । ତେବେ ହୋଣ୍ଡାର ଏହି ନୂଆ ବାଇକରେ ୧୦ ବର୍ଷ ୱାରେଂଟି ପ୍ୟାକେଜ ଦିଆଯାଉଥିବାବେଳେ ବେଳେ ସେଥିମଧ୍ୟରୁ ୩ ବର୍ଷ ଷ୍ଟାଣ୍ଡାର୍ଡ ଥିଲାବେଳେ ୭ ବର୍ଷ ଅପସନାଲର ସୁବିଧା ରହିଛି ।

ସେହିପରି ନିକଟରେ ସ୍କୁଟର ଇଣ୍ଡିଆ ନିକଟରେ ନୂଆ ରେଟ୍ରୋ କ୍ଲାସିକ ଷ୍ଟାଇଲ ସିବି୩୫୦ ଲଞ୍ଚ କରିଛି । ତେବେ ହୋଣ୍ଡାର ଏହି ନୂଆ ବାଇକ ଆରଇ କ୍ଲାସିକ ୩୫୦ ଏବଂ ଜୱା କ୍ଲାସିକକୁ ଟକ୍କର ଦେବ । ମୋଟରସାଇକେଲରେ ମସକ୍ୟୁଲର ଫ୍ଲ୍ୟୁ ଟ୍ୟାଙ୍କ ଏବଂ ଅଲ ଏଲଇଡି ଲାଇଟିଂ ବ୍ୟବସ୍ଥା ଉପଲବ୍ଧ ଅଛି । ମୋଟରସାଇକେଲରେ ରେଟ୍ରୋ ଏଲିମେଣ୍ଟଓ ଭଳି ଗୋଲାକୃତିର ହେଡଲ୍ୟାମ୍ପ, ଲମ୍ବା ମେଟାଲ ଫ୍ରେଣ୍ଡର, ମେଟେଲିକ କଭର ଭଳି ଉପାଦାନ ରହିଛି ।

ନୂଆ ହୋଣ୍ଡା ସିବି-୩୫୦ ସମୁଦାୟ ୫ଟି ରଙ୍ଗରେ ମାର୍କେଟକୁ ଛାଡାଯାଇଥିଲାବେଳେ ସେଗୁଡିକ ମଧ୍ୟରେ ରହିଛି ରେଡ ମେଟାଲିକ, ପଲ୍ ବ୍ଲକ, ମ୍ୟାଟ କ୍ରଷ୍ଟ ମେଟାଲିକ, ମ୍ୟାଟ ମାର୍ଶାଲ ଗ୍ରୀନ୍ ମେଟାଲିକ ଏବଂ ମ୍ୟାଟଡ୍ୟୁନ ବ୍ରାଉନ ଭଳି କଲର ରହିଛି । ସେହିପରି ଏକ ଡିଜିଟାଲ ଇଷ୍ଟ୍ରୁମେଣ୍ଟ କ୍ଲଷ୍ଟର ରହିଛି, ଯାହା ହୋଣ୍ଡା ସ୍ମାର୍ଟଫୋନ୍ ଭଏସ କଣ୍ଟ୍ରୋଲ ସିଷ୍ଟମ ସହିତ ଆସିଥାଏ । ଏହା ସହ ଏଥିରେ ଆସିଷ୍ଟ ସ୍ଲିପର କ୍ଲଚ୍ ସହ ହୋଣ୍ଡା ସିଲେକ୍ଟେବଲ୍ ଟର୍କ କଣ୍ଟ୍ରୋଲ ସିଷ୍ଟମ ମଧ୍ୟ ଉପଲବ୍ଧ । ଆହୁରି ମଧ୍ୟ ମୋଟର ସାଇକେଲରେ ଏମରଜେନ୍ସି ଷ୍ଟପ୍ ସିଗ୍ନାଲ ଫିଚର ବି ରହିଛି ।

ମୋଟରସାଇକେଲରେ ଟେଲିସ୍କୋପିକ ଫ୍ରଣ୍ଟ ସହ ପେସରାଇଜ୍‌ଡ ନାଇଟ୍ରୋଜେନ ଚାର୍ଜଯୁକ୍ତ ରିୟର ସସ୍‌ପେସନ ରହିଛି । ବ୍ରେକିଂ ପାଇଁ ଆଗରେ ୩୧୦ଏମଏମ ଡିସ୍କ ସହ ଡୁଏଲ ଚେନେଲ ଏବିଏସ ରହିଛି । ତେବେ ୧୦ ଇଂଚ ଚକ ବିଶିଷ୍ଟ ସିବି୩୫୦ରେ ୩୪୮.୩୬ସିସି, ଏୟର-କୁଲ୍ଡ, ୪ଷ୍ଟ୍ରୋକ, ସିଙ୍ଗଲ ସିଲିଣ୍ଡର ବିଏସଭିଆଇ ଓବିଡି-୨, ପିଜିଏମ-ଏଫଆଇ ଇଞ୍ଜିନ ରହିଛି । ଖାଲି ଏମିତି ନୁହେଁ ଏହା ସହ ୫-ସ୍ପିଡ୍ ଗିଅରବକ୍ସ ଉପଲବ୍ଧ ଅଛି ।

Related Articles

Back to top button
WP Twitter Auto Publish Powered By : XYZScripts.com