ଅନ୍ୟାନ୍ୟ

ବିଲ୍‌କିସ ବାନୋ ମାମଲା,ତଥ୍ୟ ଦେବାକୁ କହିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ ; ୦୯/୦୯ ବିଲ୍‌କିସ ବାନୋ ମାମଲାରେ ଆଜି ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ । ଏହି ଘଟଣାରେ  ସମସ୍ତ ମାମଲାର ରେକର୍ଡ କୋର୍ଟରେ ପୈଠ କରିବାକୁ ଗୁଜୁରାଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ । ରାଜ୍ୟ ସରକାର ଦେଇଥିବା କ୍ଷମା ନିର୍ଦ୍ଦେଶର ସମସ୍ତ ବିବରଣୀ ବି ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଖବର ଅନୁସାରେ, ଦୋଷୀମାନେ ୧୫ ବର୍ଷ ଜେଲ୍‌ ସଜା କାଟିବା ପରେ ଦୋଷୀମାନଙ୍କ ମଧ୍ୟରୁ ଜଣେ ସଜା ପୂରଣ ପୂର୍ବରୁ ଜେଲ୍‌ରୁ ଛାଡ଼ିଦେବାକୁ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ । ଏହାପରେ ସର୍ବୋଚ୍ଚ ଅଦାଲତ ମାମଲାକୁ ବିଚାର କରିବାକୁ ଗୁଜୁରାଟ ସରକାରଙ୍କୁ କହିଥିଲେ। ହେଲେ ରାଜ୍ୟ ସରକାର ଦୋଷୀମାନଙ୍କୁ କ୍ଷମା ଦେଇଥିଲେ। ଏହାପରେ ଐତିହାସିକ, ସମାଜସେବୀ ଆଦି ଗୁଣୀ ଲୋକଙ୍କ ସହ ପ୍ରାୟ ୬ ହଜାର ଲୋକ ଏହାର ବିରୋଧ କରିଥିଲେ। ଏନେଇ ସୁପ୍ରିମକୋର୍ଟରେ ମାମଲା ହୋଇଥିଲା । ତୁରନ୍ତ କ୍ଷମା ନିର୍ଦ୍ଦେଶକୁ ହଟାଇ ଦୋଷୀମାନଙ୍କୁ ପୁଣିଥରେ ଜେଲ୍‌ରେ ରଖିବାକୁ ଆବେଦନରେ କୁହାଯାଇଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com