ଅନ୍ୟାନ୍ୟ

ପାଠପଢା ପିଲା ଓ SHGର ମହିଳାଙ୍କୁ ମିଳିବ ମୋ ସାଇକେଲ

 ଭୁବନେଶ୍ୱର, ୧୪/୦୨/୨୦୨୩ –    ବସ୍ତିର ପାଠପଢା ପିଲା ଓ SHGର ମହିଳାଙ୍କୁ ମିଳିବ ମୋ ସାଇକେଲ । ଏନେଇ ବିଏମସିର କର୍ପୋରେସନ ବୈଠକରେ ଆସିଥିବା ପ୍ରସ୍ତାବ ଉପରେ ବିସ୍ତୃତ ଆଲୋଚନା ହେବାସହ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଛି । ଏଣିକି ରାସ୍ତାକଡରେ ନୁହେଁ ବରଂ ପ୍ରକୃତ ହିତାଧିକାରୀଙ୍କ ନିକଟରେ ରହିବ ।

ଭୁବନେଶ୍ୱରରେ ମୋଟ ୨ ହଜାର ‘ମୋ ସାଇକେଲ’ ଥିବାବେଳେ ଏହାର ପରିଚାଳନା ଦାୟିତ୍ବ ହେକ୍ସି, ୟେନା ଓ ୟୁଲୁ ଭଳି ୩ଟି କମ୍ପାନୀକୁ ଦିଆଯାଇଥିଲା । ଏଥିପାଇଁ ସ୍ୱତନ୍ତ୍ର ସାଇକେଲ ଟ୍ରାକ ମଧ୍ୟ କରାଯାଇଥିଲା । ତେବେ କରୋନା ସମୟରେ ମୋ ସାଇକେଲର ରକ୍ଷଣାବେକ୍ଷଣ କାର୍ଯ୍ୟ ସଠିକ ଭାବେ ତୁଲାଇ ନ ଥିବା ଦର୍ଶାଇ ହେକ୍ସି କମ୍ପାନୀକୁ କଳା ତାଲିକା ଭୁକ୍ତ କରା ଯାଇଥିଲା । ୟେନା ଓ ୟେଲୁ କମ୍ପାନୀକୁ ସମସ୍ତ ମୋ ସାଇକେଲର ଦାୟିତ୍ୱ ଦିଆ ଯାଇଥିଲା ।

ତେବେ ପରିଚାଳନାଗତ ତ୍ରୁଟି ହେଉ ଅଥବା ଲୋକଙ୍କ ମଧ୍ୟରେ ସଚେତନତାର ଅଭାବ ହେଉ ସାଇକେଲଗୁଡିକର ଚୋରି ଓ ଅପବ୍ୟବହାର ହେବାର ଦେଖିବାକୁ ମିଳିଥିଲା । ଏସବୁକୁ ଦୃଷ୍ଟିରେ ରଖି ସାଇକେଲ ଗୁଡିକର ସଦୁପଯୋଗ କରିବାକୁ BMC ନିଷ୍ପତ୍ତି ନେଇଛି । ସମସ୍ତ ମୋ ସାଇକେଲର ଆବଶ୍ୟକ ମରାମତି କରି ସେଗୁଡିକୁ ବସ୍ତି ଅଞ୍ଚଳର ପାଠ ପଢା ପିଲାଙ୍କୁ ଓ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ସଦସ୍ୟଙ୍କ ଯାତାୟାତରେ ସୁବିଧା ପାଇଁ ବଣ୍ଟନ କରିବାକୁ ନିଷ୍ପତି ନିଆଯାଇଛି । ପ୍ରଦୂଷଣ ନିୟନ୍ତ୍ରଣ କରିବା ଓ ସାଇକେଲ ଚାଳନା ପ୍ରତି ଲୋକଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି ଲକ୍ଷ୍ୟରେ ୨୦୧୮ ମସିହାରେ ପ୍ରଥମ ବିଶ୍ୱକପ ହକି ଆୟୋଜନ ସମୟରେ ମୋ ସାଇକେଲ ଆରମ୍ଭ ହୋଇଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com