
ମହାରାଷ୍ଟ୍ର ରାଜଧାନୀ ମୁମ୍ବାଇରେ ହିନ୍ଦୁ ସଙ୍ଗଠନ ମିଶି ଲଭ୍ ଜିହାଦ ବିରୋଧର ରବିବାର ଏକ ବଡ ଧରଣର ରାଲି ଆୟୋଜନ କରିଥିଲେ । ଯେଉଁଥିରେ ଭାଗ ନେଇଛନ୍ତି ଏକାଧିକ ବିଧାୟକ ଓ ମନ୍ତ୍ରୀ । ଏହାସହ ଧର୍ମାନ୍ତରଣ ଆଇନ୍ ଓ ଧର୍ମ ନାଁରେ ହେଉଥିବା ଜମି ହଡପ କରୁଥିବା ଅସାଧୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ ହିନ୍ଦୁ ସଙ୍ଗଠନ । ଏହା ବିରୋଧରେ ସରକାର କଡା ଆଭିମୁଖ୍ୟ ପୋଷଣ କରିବାକୁ ସଙ୍ଗଠନ ଗୁଡିକ ଦାବି କରିଛନ୍ତି ।