ଜାତୀୟରାଜନୀତି

ଅଗ୍ନିପଥ ପ୍ରଦର୍ଶନକାରୀଙ୍କ ପାଇଁ କାର୍‌ ଅଟକାଇଲେ ଭଗୱନ୍ତ ମାନ୍‌; ତାପରେ ଜାଣନ୍ତୁ କଣ ହେଲା? ଦେଖନ୍ତୁ ଭିଡିଓ

ଚଣ୍ଡୀଗଡ଼ : ଆମ୍ ଆଦମୀ ପାର୍ଟି ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କର କାରକେଡ୍‌ରେ ଯାଉଥିବା ସମୟର ଏକ ଭିଡିଓ ଟୁଇଟ୍‌ କରିଛି। ଏଥିରେ ନୂଆ ସେନା ନିଯୁକ୍ତି ଯୋଜନା ‘ଅଗ୍ନିପଥ’କୁ ବିରୋଧ କରୁଥିବା ଜଣେ ଯୁବକ ମାନ୍‌ଙ୍କ ସହିତ କଥାବର୍ତ୍ତା କରିବା ପାଇଁ ମାନ୍ଙଙ୍କୁ ଡାକିଛ। ଏହାପରେ ମାନ୍‌ ତାଙ୍କ କାର୍‌କେଡ୍‌କୁ ଅଟାକାଇଛନ୍ତି। ଏହି ଭିଡିଓରେ ମୁଖ୍ୟମନ୍ତ୍ରୀ ମାନ୍‌ ପଞ୍ଜାବରେ ରୋଡ୍‌ ଶୋ କରିବା ସମୟରେ ଲୋକମାନଙ୍କୁ ଅଭିବାଦନ କରୁଥିବା ଦେଖାଯାଇଛି। ସେ ତାଙ୍କ ସୁରକ୍ଷିତ ଏକ୍ସୟୁଭିରେ ଛିଡ଼ା ହୋଇଥିବା ନଜର ଆସିଛନ୍ତି। ସେହି ସମୟରେ କଳା ରଙ୍ଗର ଟି ସାର୍ଟ ପିନ୍ଧିଥିବା ଜଣେ ଯୁବକ ତାଙ୍କୁ ହାତ ଠାରିଛନ୍ତି  ଓ ତାଙ୍କ ସହିତ କଥା ହେବା ପାଇଁ ଅପିଲ୍‌ କରିଛନ୍ତି।

ଏହାପରେ ବହୁତ ଶୀଘ୍ର କାରକେଡକୁ ଅଟକାଯାଇଛି ଓ ସେହି ଯୁବକ ମୁଖ୍ୟମନ୍ତ୍ରୀଙ୍କ କାର୍‌ ଆଡ଼କୁ ଦୌଡ଼ିଯାଇଛନ୍ତି। ପରେ ସେ ମାନ୍‌ଙ୍କ ସହିତ ହାତ ମିଳାଇଛନ୍ତି ଓ କହିଛନ୍ତି ଅଗ୍ନିପଥକୁ ଲାଗୁ କରିବା ପୂର୍ବରୁ ସମସ୍ତ ନେତା ମିଶି ଏହା ଉପରେ ଚର୍ଚ୍ଚା କରିବା ଆବଶ୍ୟକ ବୋଲି କହିଛନ୍ତି। ଏହି ସମୟରେ ମୁଖ୍ୟମନ୍ତ୍ରୀ ମାନ୍‌ ଗାଡ଼ିରେ ଥାଇ ପ୍ରଦର୍ଶନକାରୀ ଯୁବକଙ୍କ ହାତ ଧରିଥିଲେ। ମୁଖ୍ଯମନ୍ତ୍ରୀ ପ୍ରତିଉତ୍ତର ଦେଇଥିଲେ ଯଦି ସାଂସଦ ଅଗ୍ନିପଥ ଉପରେ ଚର୍ଚ୍ଚା କରିବା ପାଇଁ ସାଂସଦ ଏକାଠି ହେଉଛନ୍ତି ତାହେଲେ ବ୍ୟକ୍ତିଗତ ଭାବେ ମୁଁ ସେଠାକୁ ଯିବି।

ସୂଚନାଥାଉକି, ବିରୋଧିଦଳମାନେ ବିହାର, ଉତ୍ତରପ୍ରଦେଶ ଓ ଅନ୍ୟରାଜ୍ୟରେ ସେନା ଆଶାୟି ପ୍ରାର୍ଥିମାନଙ୍କର ହିଂସାତ୍ମକ ବିରୋଧ ପ୍ରଦର୍ଶନକୁ ନିନ୍ଦା କରିଛନ୍ତି କିନ୍ତୁ ସେମାନେ ତାଙ୍କ ଦାବୀକୁ ସମର୍ଥନ କରି କହିଛନ୍ତି କେନ୍ଦ୍ର ଏହା ଉପରେ ଆଲୋଚନା କରିବା ପାଇଁ ବୈଠକ କରିବା ଆବଶ୍ୟକ। ସରକାର ସଶସ୍ତ୍ର ବଳ ନିଯୁକ୍ତିରେ ଏପରି ଆମୂଳଚୁଳ ପରିବର୍ତ୍ତନର ଘୋଷଣା କରିବା ପୂର୍ବରୁ ନେତାମାନଙ୍କ ସହିତ ବିଚାର ବିମର୍ଶ କରିବା ଆବଶ୍ୟକ।

Related Articles

Back to top button
WP Twitter Auto Publish Powered By : XYZScripts.com