ଜାତୀୟରାଜନୀତି

ଅଗ୍ନିପଥ ଯୋଜନାକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କଲେ ମମତା ବାନାର୍ଜୀ

କେନ୍ଦ୍ର ସରକାର ଘୋଷଣା କରିଥିବା ଅଗ୍ନିପଥ ଯୋଜନା ବିରୋଧରେ ଆଜି ଦେଶର କିଛି ସଂଗଠନ ବନ୍ଦ ଡାକରା ଦେଇଛନ୍ତି । ଏହି କ୍ରମରେ  ସାରା ଦେଶରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଉତ୍ତର ପ୍ରଦେଶର ନୋଏଡା ରାଜସ୍ଥାନର ଜୟପୁର ସହରରେ ୧୪୪ ଧାରା ଜାରି କରାଯାଇଛି । ସେପଟେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ଯୋଜନାକୁ ବିରୋଧ କରି କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି । ସୋମବାର ଦିନ ମମତା ବାନାର୍ଜୀ କହିଛନ୍ତି କି ଅଗ୍ନିପଥ ଯୋଜନା ମାଧ୍ୟମରେ ବିଜେପି ନିଜର କ୍ୟାଡର ବେସ୍ ପ୍ରସ୍ତୁତ କରିବାକୁ ଯାଉଛି । ସେମାନଙ୍କୁ ବନ୍ଧୁକ ଚାଳନା ଶିକ୍ଷା ଦିଆଯିବା ପରେ ଦେଶର ବିରୋଧୀମାନଙ୍କୁ ଜବତ କରିବା କାମରେ ସେମାନଙ୍କୁ ଲଗାଯିବ ବୋଲି ମମତା କହିଛନ୍ତି । ଏହାସହ ସେ ସେନାକୁ ସମ୍ମାନ କରୁଥିଲେ କେନ୍ଦ୍ର ସରକାରଙ୍କ ଏଭଳି ଘୋଷଣାକୁ ଭୁଲ ବୋଲି କହିଛନ୍ତି । ସେପଟେ କେନ୍ଦ୍ର ସରକାର ବାର୍ଷିକ ୨ କୋଟି ନିଯୁକ୍ତି ଦେବା କଥା କହିଥିବା ବେଳେ ଏବେ ମାତ୍ର ୧୦ ଲକ୍ଷ ଓ ତାହା ପୁଣି ୪ ବର୍ଷ ପାଇଁ ଦେଇ ଯୁବକଙ୍କ ସହ ପ୍ରତାରଣା କରିଥିବା କଥା କହିଛନ୍ତି ।ସେପଟେ ମମତାଙ୍କ ଏଭଳି ଅଭିଯୋଗ ଉପରେ ବୟାନ ରଖିଛନ୍ତି ପଶ୍ଚିମବଙ୍ଗ ବିଜେପି ନେତା ଶୁଭେନ୍ଦୁ ଅଧିକାରୀ । ତାଙ୍କ ନେତୃତ୍ୱରେ ପଶ୍ଚିମବଙ୍ଗ ବିଧାନସଭାରେ ବିରୋଧୀମାନେ ହଙ୍ଗାମା କରିଛନ୍ତି । ଶୁଭେନ୍ଦୁ କହିଛନ୍ତି କି ମମତା ବାନାର୍ଜୀଙ୍କ ବୟାନ ସେନାକୁ ଅପମାନିତ କରିଛି । ଏହାସହ ପଶ୍ଚିମବଙ୍ଗ ସରକାର ରାଜ୍ୟ ପୋଲିସ ବିଭାଗରେ ଅଗ୍ନିବୀରଙ୍କ ପାଇଁ ୨୫ ପ୍ରତିଶତ ପଦ ସଂରକ୍ଷଣ କରିବାକୁ ସେ ଦାବି କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com