ଅନ୍ୟାନ୍ୟ

ଭୋଟ ପାଇଁ ବଣ୍ଟା ହେଉଛି ଫ୍ରିଜ, କୁଲର, LED

ଭୋଟ ପାଇଁ ଏଥର ଟଙ୍କା କି ମଦ ନୁହେଁ ; ବଣ୍ଟା ହେଉଛି ଫ୍ରିଜ, କୁଲର, LED ଟିଭି

 ଭୁବନେଶ୍ୱର, ୩୦/୦୪/୨୦୨୩ –    ସାଧାରଣତଃ ନିର୍ବାଚନ ସମୟରେ ମଦ କିମ୍ବା ଟଙ୍କା ବାଣ୍ଟିବାର ଘଟଣା ସାମ୍ନାକୁ ଆସିଥାଏ । ହେଲେ କେବେ ଶୁଣିଛନ୍ତି ଫ୍ରିଜ ଆଉ LED ଟିଭି ବାଣ୍ଟିବା କଥା ? କାରଣ ଉତ୍ତରପ୍ରଦେଶର ମହାରାଜଗଞ୍ଜରେ ନଗର ପଞ୍ଚାୟତ ଭୋଟ ହେବାକୁ ଯାଉଛି । ଏଥିରେ ଭୋଟର ମାନଙ୍କୁ ନିଜ ଆଡକୁ ଆକର୍ଷିତ କରିବା ପାଇଁ ଯେଉଁ ସବୁ ଅଫର ଆରମ୍ଭ ହୋଇଛି ତାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।

ଭୋଟ ହାତେଇବା ପାଇଁ କିଏ ଫ୍ରିଜ ଅଫର କରୁଛନ୍ତି ତ ଆଉ କିଏ ଟିଭି ଆଉ କୁଲର ବାଣ୍ଟୁଛନ୍ତି ।  ମହାରାଜଗଞ୍ଜରେ ଏବେ ଚର୍ଚ୍ଚା ଜୋର ଧରିଛି ଯେ ଯା ଘରେ ୬ରୁ୭ଟି ଭୋଟ ରହିଛି ଜଣେ ପ୍ରାର୍ଥୀ ସେମାନଙ୍କୁ ଫ୍ରିଜ ଏବଂ କୁଲର ବାଣ୍ଟୁଛନ୍ତି । ସେହିପରି ଅନ୍ୟଜଣେ ପ୍ରାର୍ଥୀ ଯା ଘରେ ୪ରୁ ୫ ଟି ଭୋଟ ରହିଛି ତାଙ୍କ ଘରେ LED ଟିଭି ଦେଉଛନ୍ତି । ଲୁଚା ଛପାରେ ଏମିତି ବିକ୍ରି ହେଉଛି ଭୋଟ । ଏହି ଖବର ପ୍ରଚାରିତ ହେବା ପରେ ସମ୍ପୃକ୍ତ ପ୍ରାର୍ଥୀଙ୍କ ପଛରେ ଲୋକମାନେ ଭିଡ ଲଗାଉଥିବାର ଚର୍ଚ୍ଚା ହେଉଛି । ସେପଟେ ଅଭିଯୁକ୍ତ ପ୍ରାର୍ଥୀ ମାନେ ନିଜକୁ ସୁରକ୍ଷିତ ତଥା ନିର୍ବାଚନ କମିଶନରଙ୍କଠୁ ବଞ୍ଚିବା ପାଇଁ ରାତିର ଅନ୍ଧକାରରେ ଚଳାଇଛନ୍ତି ଏଭଳି କଳା କାରବାର ।

Related Articles

Back to top button
WP Twitter Auto Publish Powered By : XYZScripts.com