ଅନ୍ୟାନ୍ୟ

 ବ୍ରହ୍ମପୁର ସହରର ସବୁଠାରୁ ବଡ଼ ପଞ୍ଚମୁଖୀ ଗଣେଶ ମୂର୍ତ୍ତି

ବ୍ରହ୍ମପୁର ଅଫିସ ; ୦୪/୦୯ ଚଳିତବର୍ଷ ବିଘ୍ନବିନାଶକ ପ୍ରଭୁ ଗଜାନନଙ୍କ ପାର୍ବଣ ଋତୁ ହୋଇଛି ଉତ୍ସବ ମୁଖର । ପୁରପଲ୍ଲୀ ଠାରୁ ସହରର ସମସ୍ତ ଗଳିକନ୍ଦିରେ ପୂଜା ପାଉଛନ୍ତି ଅଗ୍ରପୂଜ୍ୟ । କରୋନା କଟକଣା ହେତୁ ଦୀର୍ଘ ଦୁଇବର୍ଷ ପରେ ପାଳିତ ହେଉଛି ପାର୍ବତୀ ନନ୍ଦନ ଶ୍ରୀ ଗଣେଶଙ୍କର ପୂଜାର୍ଚ୍ଚନା । ବିଭିନ୍ନ ରୂପରେ ଗଣପତିଙ୍କୁ ପୂଜା କରୁଛନ୍ତି ଶ୍ରଦ୍ଧାଳୁ । ସେହିପରି ବ୍ରହ୍ମପୁର ସହରରେ ମଧ୍ୟ ବେଶ୍ ଆନନ୍ଦ ଉଲ୍ଲାସରେ ପାଳିତ ହେଉଛି ଗଣେଶ ଚତୁର୍ଥୀ । ରଙ୍ଗବିରଙ୍ଗ ତୋରଣ ସାଜସଜ୍ଜା କୁ ଦୁଲୁକୁଚି ପୂଜା ପ୍ୟାଣ୍ଡଲ । ଭଳିକି ଭଳି ଗଣେଶଙ୍କ ପ୍ରତିମା ବେଶ୍ ଆକର୍ଷିତ କରୁଛି ଶ୍ରଦ୍ଧାଳୁଙ୍କ ମନକୁ । ବଡବଡ ତୋରଣ ସାଙ୍ଗକୁ ଆକର୍ଷଣୀୟ ମେଢ, ଆଲୋକ ସଜ୍ଜାରେ ସହରରେ ପାଖାପାଖି ୧୦ ରୁ ୧୫ ଟି ପୂଜା ମଣ୍ଡପ ଗୁଡିକର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଛି । ବିଶ୍ଵାସ ଓ ଶ୍ରଦ୍ଧାର ପ୍ରତୀକ ଗଜାନନଙ୍କ ଆବାହନ ଅବସରରେ ଯୁବପିଢ଼ିଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଛି । ଚଳିତବର୍ଷ ଆଡମ୍ବର ପୂର୍ଣ୍ଣ ଭାବେ ଗଣେଶ ପୂଜା ପାଳନ କରାଯାଉଛି । ବ୍ରହ୍ମପୁରର ଲାଞ୍ଜିପଲ୍ଲୀ ବ୍ରାହ୍ମଣ ସାହିରେ ସହରର ସର୍ବଶ୍ରେଷ୍ଠ ଗଣେଶ ଙ୍କ ପ୍ରତିମା ଦେଖିବାକୁ ମିଳିଛି । ସ୍ଥାନୀୟ ଯୁବକ ସଙ୍ଘ ପକ୍ଷରୁ ୧୫ଫୁଟ ଉଚ୍ଚତା ବିଶିଷ୍ଠ ପଞ୍ଚମୁଖୀ ଗଜାନନାଙ୍କ ମୂର୍ତ୍ତି ବେଶ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି । ଏହା ଲାଞ୍ଜିପଲ୍ଲୀ,ଆଙ୍କୁଲି, ଗୋଶାଣିନୁଆଗାଁ, କମାପଲ୍ଲୀ ଏବଂ ଏହାର ପାଖ ଅଂଚଳର ସବୁ ଠାରୁ ଉଚ୍ଚତା ବିଶିଷ୍ଠ ବଡ଼ ମୂର୍ତ୍ତି ବୋଲି ଜଣାପଡ଼ିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com