ଅନ୍ୟାନ୍ୟ

୨୦୨୩-୨୪ ଶିକ୍ଷାବର୍ଷରୁ ନୂଆ ବିଷୟ ପଢ଼ିବେ ଦଶମ ଛାତ୍ରଛାତ୍ରୀ

ଭୁବନେଶ୍ୱର, ୨୫/୦୨/୨୦୨୩ –    ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରକାଶିତ ଭୌତ୍ତିକ ବିଜ୍ଞାନ ବହିରେ ଷ୍ଟାର ଚିହ୍ନ ଥିବା ବିଷୟଗୁଡ଼ିକ ୨୦୨୩-୨୪ ଶିକ୍ଷାବର୍ଷ ନିମନ୍ତେ ପାଠ୍ୟକ୍ରମରେ ସାମିଲ କରାଯାଇଛି । ଏହି ବିଷୟଗୁଡ଼ିକରୁ ଆସେସମେଣ୍ଟ ପରୀକ୍ଷାରେ ପ୍ରଶ୍ନ ଆସିବ। ଉଭୟ ସବ୍‌‌ଜେକ୍ଟିଭ ଏବଂ ଅବ୍‌‌ଜେକ୍ଟିଭ ବିଷୟରେ ଛାତ୍ରଛାତ୍ରୀମାନେ ପରୀକ୍ଷା ଦେବେ ।

ସେହିଭଳି ଆସପିରେସନାଲ କମ୍ପୋନେଣ୍ଟ ଭାବେ ନୂତନ ବିଷୟକୁ ପାଠ୍ୟକ୍ରମରେ ସାମିଲ କରାଯାଇଛି । ଏହି ବିଷୟରେ ୪ଟି ବିଭାଗ ଯଥା ବୁକ ରିଭ୍ୟୁ, ପ୍ରୋଜେକ୍ଟ ୱାର୍କ, କୋ-କରିକୁଲାର ଆକ୍ଟିଭିଟିଜ୍‌‌ ଏବଂ ବେସିକ IT ସ୍କିଲସ୍‌‌ ରହିଛି । ଛାତ୍ରଛାତ୍ରୀମାନେ ପ୍ରତି ବିଭାଗରେ ୨୫ ମାର୍କ ଲେଖାଏଁ ପରୀକ୍ଷା ଦେବେ । ପ୍ରତିବର୍ଷ ୪ଟି ପର୍ଯ୍ୟାୟରେ ଏହି ବିଷୟରେ ପରୀକ୍ଷା କରାଯିବ । ଆସନ୍ତା ଶିକ୍ଷା ବର୍ଷଠାରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନେ ଏହି ନୂଆ ବିଷୟ ପଢ଼ିବେ ।

ପ୍ରଥମ ତିନୋଟି ପର୍ଯ୍ୟାୟରେ ୫ ମାର୍କ ଲେଖାଏଁ ପରୀକ୍ଷା ହେବାକୁ ଥିବାବେଳେ ଶେଷ ପର୍ଯ୍ୟାୟରେ ୧୦ ମାର୍କରେ ପରୀକ୍ଷା ହେବ । ଏଭଳି ଭାବେ ଉକ୍ତ ୪ଟି ବିଷୟରେ ମୋଟ ୧୦୦ ମାର୍କର ପରୀକ୍ଷା ଛାତ୍ରଛାତ୍ରୀମାନେ ଦେବେ। ତେବେ ଏହି ପରୀକ୍ଷାରେ କୌଣସି ଛାତ୍ରଛାତ୍ରୀ ଫେଲ ହେବେ ନାହିଁ କି ସେମାନଙ୍କ କ୍ୟାରିୟର ମାର୍କ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ । ଛାତ୍ରଛାତ୍ରୀମାନେ ରଖିଥିବା ମାର୍କ ଅନୁଯାୟୀ ଗ୍ରେଡ ପ୍ରଦାନ କରାଯିବ ଏବଂ ଏହି ଗ୍ରେଡ ହାଇସ୍କୁଲ ସାର୍ଟିଫିକେଟରେ ରହିବ ବୋଲି ବୋର୍ଡ ଉପସଭାପତି ଡ. ନିହାର ରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com