ଅନ୍ୟାନ୍ୟ

ବ୍ରିଜରୁ ତଳକୁ ଖସିଲା ଟୁରିଷ୍ଟ ବସ୍ : ୨ ମୃତ

ଭୁବନେଶ୍ୱର, ୨୩/୦୧/୨୦୨୩ –   ପଞ୍ଚୁପଟି ବ୍ରିଜରୁ ତଳକୁ ଖସିଲା ଟୁରିଷ୍ଟ ବସ୍ । ଏଭଳି ଦୁର୍ଘଟଣା ଘଟିଛି ଢେଙ୍କାନାଳରେ । ଘଟଣାସ୍ଥଳରେ ହିଁ ୨ ଜଣ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତକମାନେ ହେଲେ ରେଣୁବାଳା ସ୍ୱାଇଁ ଓ ବିଜୟଲକ୍ଷ୍ମୀ ଜେନା । କେନ୍ଦ୍ରାପଡ଼ା ଇଚ୍ଛାପୁରରୁ ହୀରାକୁଦର ସମ୍ବଲପୁର ବୁଲିବାକୁ ଯାଇଥିଲେ ୪୫ଜଣ ଯାତ୍ରୀ । ଘରକୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି ।

ସ୍ଥାନୀୟ ଲୋକ ବସ୍‌ର କାଚ ଭାଙ୍ଗି ଲୋକଙ୍କୁ ଉଦ୍ଧାର କରିଥିଲେ । ପରେ ଅଗ୍ନିଶମ ବାହିନୀ ଓ ସଦର ଥାନା ପୋଲିସ ପହଞ୍ଚି ଆହତ ଯାତ୍ରୀଙ୍କୁ ଉଦ୍ଧାର କରିଛନ୍ତି । ଏହି ଦୁର୍ଘଟଣାରେ ୩୦ଜଣ ଆହତ ହୋଇଛନ୍ତି । ୨୫ ଜଣଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ୫ ଜଣ ଗୁରୁତରଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ଘନ କୁହୁଡ଼ି ଓ ୫୫ ନମ୍ବର ଜାତୀୟ ରାଜପଥର ଅବ୍ୟବସ୍ଥା ଯୋଗୁଁ ଦୁର୍ଘଟଣା ଘଟିଥିବା ସ୍ଥାନୀୟ ଲୋକ ଅଭିଯୋଗ କରିବା ସହିତ ପ୍ରତିବାଦରେ NH-୫୫ରେ ରାସ୍ତାରୋକ କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com