ଅନ୍ୟାନ୍ୟ

ଗ୍ୱାଲିୟରରେ ଜନ୍ମ ହୋଇଛି ୪ଟି ଗୋଡ଼ ଥିବା ଏକ ଶିଶୁ କନ୍ୟା

ଗ୍ୱାଲିୟର: ମଧ୍ୟପ୍ରଦେଶର ଗ୍ୱାଲିୟରରେ ଆରତୀ କୁଶୱା ନାମକ ଜଣେ ମହିଳା ୪ଟି ଗୋଡ଼ ଥିବା ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି। ଏହି ଖବର ପ୍ରଚାର ହେବା ପରେ ଶିଶୁକନ୍ୟା ବିଷୟରେ ଜାଣିବା ପାଇଁ ଲୋକଙ୍କ ମଧ୍ୟରେ ଉତ୍କଣ୍ଠା ଦେଖାଦେଇଛି । ସିକନ୍ଦର କାମ୍ପୋ ଅଞ୍ଚଳର ଆରତୀ ସ୍‌ଥାନୀୟ କମଲ ରାଜା ହସ୍ପିଟାଲରେ ନବଜାତକକୁ ଜନ୍ମ ଦେଇଛନ୍ତିି । ଶିଶୁ ବିଭାଗର ଡାକ୍ତରଙ୍କ କହିବାନୁସାରେ ଉଭୟ ମା’ ଓ ଶିଶୁ ସୁସ୍ଥ ରହିଛନ୍ତି । ନବଜାତକର ଓଜନ ୨.୩ କେଜି ରହିଛି । ସୁପରିଟେଣ୍ଡେଣ୍ଟ ଡା. ଆରକେଏସ୍‌ ଧାକାଡ କହିଛନ୍ତି, ‘ଜନ୍ମ ବେଳ ଶିଶୁକନ୍ୟାର ୪ଟି ଗୋଡ଼ ରହିଥିଲା। ତେବେ ଏଭଳି ଘଟଣାକୁ ମେଡିକାଲ୍ ସାଇନ୍ସ ଭାଷାରେ Ischiopagus କୁହାଯାଏ। ମାତୃଗର୍ଭରେ ଶରୀର ଦୁଇ ଭାଗରେ ବିକଶିତ ହୋଇଥାଏ, ଅଣ୍ଟାରୁ ତଳକୁ ଓ ଅଣ୍ଟାରୁ ଉପରକୁ। ଏହି ସମୟରେ ଭୃଣ ଶିଶୁର ଅଣ୍ଟାରୁ ତଳକୁ ଅତିରିକ୍ତ ଦୁଇଟି ଗୋଡ଼ ବିକଶିତ ହୋଇଯାଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com