ଅନ୍ୟାନ୍ୟ

ଗୋଟିଏ ମାସରେ ଆଗପଛ ହୋଇ ଚାଲିଗଲେ ବାପା-ପୁଅ, କିଏ ହେବ ସାହା

ଭୁବନେଶ୍ୱର: ଦୁର୍ଘଟଣାରେ ବାପା ଚାଲିଗଲେ ଆଉ ଗୋଟିଏ ମାସ ପରେ ୨ ବର୍ଷର ପୁଅ ଚାଲିଗଲା । ପ୍ରଥମେ ସ୍ୱାମୀ ପର କରି ଚାଲିଗଲେ ଏବେ ପୁଅ ମଧ୍ୟ ମାକୁ ଛାଡି ଚାଲିଗଲା। କିଏ ଜାଣିଥିଲା ତମେ ଗଲାପରେ ମୋ ଉପରେ ଏମିତି ଦୁଃଖର ପାହାଡ ଖସିପଡିବ ବୋଲି । ମୋ ଉପରେ ଦଇବ ଏମିତି ଦାଉ ସାଜିବ ବୋଲି କିଏ ଜିଣିଥିଲା । ଯାହାର ମୁହଁରେ ମୁଁ ତମକୁ ଦେଖୁଥିଲି, ତୁମ ଅନୁପସ୍ଥିତିକୁ ଭୁଲିବାକୁ ଚେଷ୍ଟା କରୁଥିଲି ହେଲେ ସେ ବି ମୋ ସହିତ ଛଳନା କଲା । ମା ଉପରେ ଅଭିମାନ କରି ସବୁଦିନ ପାଇଁ ତମ ପାଖକୁ ଚାଲିଗଲା । ହେଲେ କେହି ଟିକେ ମୋ କଷ୍ଟକୁ ବୁଝିବାକୁ ଚେଷ୍ଟା କଲେନି । ଦୁଃଖ ସାଗରରେ ମୋତେ ଭସେଇ ଦେଲେ । ଆଖିର ଲୁହ ଆଉ ଛାତିର କୋହକୁ ସମ୍ଭାଳି ପାରୁନି ସୁକାନ୍ତଙ୍କ ସ୍ତ୍ରୀ । ଗୋଟିଏ ମାସରେ ସ୍ୱାମୀ- ପୁଅ ଏମିତି ଚାଲିଯିବେ ବୋଲି ସେ ନିଜକୁ ମନକୁ ବୁଝେଇ ପାରୁନି । ଘରବାରଣ୍ଡାରେ ବାହୁନି ବାହୁନି କାନ୍ଦୁଚି ମା ।

ଭଗବାନ ବେଳେ ବେଳେ ଏମିତି ନିଷ୍ଠୁର ହୁଅନ୍ତି ତାହା ଦେଖିବାକୁ ମିଳିଛି ଆଠଗଡ ଥାନା ରାଜନଗର ଗ୍ରାମର ସୁକାନ୍ତଙ୍କ ପରିବାରରେ। ଯାତ୍ରା ଅଭିନେତ୍ରୀ ରାନି ପଣ୍ଡାଙ୍କ ଗାଡି ଧକ୍କାରେ ଗୋଟିଏ ମାସ ତଳେ ସୁକାନ୍ତ ବେହେରା ପ୍ରାଣ ହରାଇଥିଲେ । ଗୋଟିଏ ପଟେ ରୋଜଗାରିଆ ପୁଅକୁ ହରାଇ ଦୁଃଖରେ ଥିବା ପରିବାର ଉପରେ ଆଉ ଏକ ଦୁଃଖ ମାଡିଆସିଲା । ସୁକାନ୍ତଙ୍କ ୨ ବର୍ଷର ପୁଅ ସୁଜିତ୍ ଘରେ ଖେଳୁଥିବା ବେଳେ ଗରମ ପେଜ ପଡିଗଲା । ଯନ୍ତ୍ରଣାରେ ଛଟପଟ ହେଉଥିବା ସୁଜିତକୁ ତୁରନ୍ତ ହସ୍ପିଟାଲ ନେଇଥିଲେ ପରିବାର ଲୋକେ । ୧୦ ଦିନ ଧରି କଟକ ଡାକ୍ତରଖାନାରେ ଚିକିତ୍ସିତ ହେବା ପରେ ଶେଷରେ ଆଖି ବୁଜିଦେଲା ସୁଜିତ । ଏବେ ସମଗ୍ର ଗାଁରେ ଶୋକାକୁଳ ପରିବେଶ । ସମସ୍ତଙ୍କ ଆଖିରେ ଲୁହ। ଏତେ ବଡ଼ ଦୁଃଖ ଆଉ କଷ୍ଟକୁ ଏ ପରିବାର କେମିତି ଯେ ସହ୍ୟ କରିବ ତାହା ମଧ୍ୟ କେହି ବୁଝିପାରୁନାହାନ୍ତି ।

 

Related Articles

Back to top button
WP Twitter Auto Publish Powered By : XYZScripts.com