ଅନ୍ୟାନ୍ୟ

ୟୁକ୍ରେନ ଉପରେ ପୁଣି କ୍ଷେପଣାସ୍ତ୍ର ମାଡ କଲା ଋଷ୍

କିଭ୍ , ୧୦ /୧୦/୨୦୨୨ –  ପୁଣି ୟୁକ୍ରେନ ଉପରେ କ୍ଷେପଣାସ୍ତ୍ର ମାଡ କରିଛି ଋଷ୍ । ଜଳୁଛି ୟୁକ୍ରେନର ରାଜଧାନୀ କିଭ୍ । ସୋମବାର ସକାଳେ ସ୍ଥାନୀୟ ସମୟ ୮ଟା ୧୫ରେ ଏହି ଆକ୍ରମଣ କରିଛି ଋଷ୍ । ଏନେଇ କିଭ୍ ମେୟର ସ୍ପଷ୍ଟ କରିଛନ୍ତି । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ସହରରେ କଳା ଧୂଆଁ ଛାଇ ଯାଇଛି । ଏହି ଆକ୍ରମଣରେ ଅନେକ ଲୋକଙ୍କ ଜୀବନ ଯାଇଥିବା ଆଶଙ୍କା କରାଯାଉଛି । ଋଷର ଆକ୍ରମଣ ପରେ ଆହତ ଓ ମୃତାହତଙ୍କୁ ଉଦ୍ଧାର ପାଇଁ ଘଟଣାସ୍ଥଳରେ ଏକାଧିକ ଆମ୍ବୁଲାନ୍ସ ନିୟୋଜିତ କରାଯାଇଛି । ଆକ୍ରମଣ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଲୋକେ ଭୟଭୀତ ହୋଇ ଏଣେତେଣ ପଳାୟନ କରୁଥିବା ଦେଖିବାକୁ ମିଳୁଛି ।

ଲଗାତାର କ୍ଷେପଣାସ୍ତ୍ର ମାଡ଼ ଯୋଗୁ ଧୂଆଁ ଧୂଆଁ ହୋଇଥିଲା ପୁରା ସହର । ରେଳ ଷ୍ଟେସନ ନିକଟରେ ବ୍ଲାଷ୍ଟ ହୋଇଥିବା ବେଳେ ମୃତାହତଙ୍କ ସମ୍ପର୍କରେ ସୂଚନା ମିଳିପାରିନାହିଁ । କିଭ୍ ସମେତ ଆଖପାଖ ପ୍ରାନ୍ତରେ ଏୟାର ରେଡ୍ ଆଲର୍ଟ ଜାରି କରାଯାଇଛି । ଲୋକାଲ ମିଡିଆ କ୍ୟାମେରାରେ କଏଦ ହୋଇଛି ବିସ୍ଫୋରଣ ସମୟର ଦୃଶ୍ୟ । କ୍ରିମିଆରେ ବିସ୍ଫୋରଣ କରି ବ୍ରିଜ୍ ଉଡ଼ାଇବା ଘଟଣା ପଛରେ ୟୁକ୍ରେନର ଭୂମିକା ଥିବା ରୁଷ ଦାବି କରିଥିଲା । ଆଉ ଏନେଇ ଆଜି ପୁଟିନ୍ ସରକାରଙ୍କ ପକ୍ଷରୁ ଆକ୍ରମଣ କରାଯାଇ ପ୍ରତିଶୋଧ ନିଆଯାଇଛି । ଦକ୍ଷିଣ ୟୁକ୍ରେନକୁ ସେନା ପଠାଇବା ପାଇଁ ଏହି ବ୍ରିଜ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଉଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com