ଅନ୍ୟାନ୍ୟ

୫୦ ଲକ୍ଷ ଟଙ୍କାର ସୁନା ବ୍ୟାଗ୍ ଲୁଟିନେଲେ ଦୁବୃର୍ତ୍ତ

ଭଦ୍ରକ, ୧୪/୦୯/୨୦୨୨ –  ଘଟଣା କୌଣସି ଚଳଚିତ୍ରର ସିନ ଠାରୁ କିଛି କମ୍ ନଥିଲା । କେହି କିଛି ବୁଝିବା ଆଗରୁ ଆଖି ପିଛୁଳାକେ ଲୁଟେରା ଝାମ୍ପି ନେଇଥିଲେ ସୁନା ବ୍ୟାଗ । ଦେଖାଣାହାରି ହେ ହେ କହିବା ପୂର୍ବରୁ ଦୋକାନ ସାମ୍ନାରୁ ୫୦ ଲକ୍ଷ ଟଙ୍କାର ସୁନା ବ୍ୟାଗ୍ ଲୁଟିନେଇ ଉଭାନ ହେଇଥିଲେ ଦୁବୃର୍ତ୍ତ । ଘଟଣା ଘଟିଛି ଭଦ୍ରକ ବାସୁଦେବପୁର ଅଞ୍ଚଳରେ । ବୁଧବାର ବେତଡା ସ୍ଥିତ କାଶୀଶ୍ୱର ସୁନା ଅଳଙ୍କାର ଦୋକାନ ମାଲିକ ସବୁଦିନ ଭଳି ସକାଳୁ ସକାଳୁ ନିଜ ସୋ ରୁମ ଖୋଲୁଥିଲେ । ହଠାତ୍ ଦୁଇ ଲୁଟେରା ବାଇକରେ କେଉଁଠୁ ଆସି ସୁନା ଅଳଙ୍କାର ବ୍ୟାଗ୍ ଝାମ୍ପି ନେଇଥିଲେ । ପାଟିକରି ଦୁଇ ଦୁବୃର୍ତ୍ତଙ୍କୁ ଅଟକାଇବାକୁ ଡାକ ପକାଇଥିଲେ ମଧ୍ୟ ଗାଡିର କ୍ଷିପ୍ର ବେଗ ଯୋଗୁଁ ସ୍ଥାନୀୟ ଲୋକେ ଦୁଇ ଜଣଙ୍କୁ କାବୁ କରିବାକୁ ସକ୍ଷମ ହୋଇ ନ ଥିଲେ । ଲୁଟ ହୋଇଥିବା ସୁନା ଗହଣାର ଓଜନ ପାଖାପାଖି ୧ କିଲୋଗ୍ରାମ ହୋଇଥିବାବେଳେ ଏହାର ଆନୁମାନିକ ମୂଲ୍ୟ ୫୦ ଲକ୍ଷ ଟଙ୍କା ହେବ । ଏନେଇ ସୋ ରୁମ ମାଲିକ ତାରାକାନ୍ତ ସାହୁ ଥାନାରେ ଏତଲା ଦେଇଛନ୍ତି । ସ୍ଥାନୀୟ ପୋଲିସ ଘଟଣା ସ୍ଥାଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଲୁଟେରାମାନଙ୍କୁ ଧରିବାକୁ ଚେଷ୍ଟା ଜାରି ରଖିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com