ଅନ୍ୟାନ୍ୟ

ପୂଜାରେ ସତର୍କ ରହିବାକୁ କମିଶନରେଟ ପୋଲିସର ପରାମର୍ଶ

ଭୁବନେଶ୍ୱର, ୦୪ /୧୦/୨୦୨୨-  ସାରା ରାଜ୍ୟରେ ଧୁମଧାମରେ ଚାଲିଛି ମାଙ୍କ ମହାନବମୀ ପୂଜା । ଏଥିପାଇଁ ପାଗ ପ୍ରତିକୂଳ ରହିଥିଲେ ମଧ୍ୟ କଟକ ଏବଂ ଭୁବନେଶ୍ୱରର ବିଭିନ୍ନ ପୂଜା ମଣ୍ଡପରେ ଲୋକଙ୍କ ଭିଡ ଦେଖିବାକୁ ମିଳିଛି । ସେପଟେ ବଢୁଥିବା ଭିଡକୁ ଏବଂ ଚୋରୀକୁ ଆଖିରେ ରଖି ଉଭୟ ପୂଜା ଅନୁଷ୍ଠାନ ଏବଂ ପୋଲିସ ପକ୍ଷରୁ ସତର୍କ କରାଯାଉଛି । ବିଭିନ୍ନ ପୂଜା ମଣ୍ଡପରେ ଡାକବାଜି ଯନ୍ତ୍ର ସାହାଯ୍ୟରେ ପ୍ରଚାର କରି ଲୋକଙ୍କୁ ସଚେତନ କରାଯାଉଛି ।

ପୋଲିସ ପକ୍ଷରୁ ମଧ୍ୟ ଏନେଇ ମାର୍ଗ ଦର୍ଶିକା ଜାରି କରାଯାଇଛି । ଭିଡକୁ ଆସିବା ପୂର୍ବରୁ କୌଣସି ଦାମୀ ଜିନିଷକୁ ନିଜ ହେପାଜତରେ ରଖିବା ସହ ଗାଡି ଡିକିରେ ନ ରଖିବାକୁ କୁହାଯାଇଛି । ସେହିପରି ଘରୁ କମ୍ ବାଟ ଯାଉଥିଲେ ଦୁଇ ଚକିଆ ଯାନର ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି ।  ଘରୁ ଅଧିକ ଦିନ ପାଇଁ ବାହାରକୁ ଯାଉଥିଲେ କାହାକୁ ଘର ଦାୟିତ୍ୱରେ ଛାଡିବା ଏବଂ ନିକଟସ୍ଥ ଥାନାରେ ଜଣାଇବା, ଗାଡିରେ ୨ଟି ତାଲା ପକାଇ ରଖିବା, କୌଣସି ସନ୍ଦିଗ୍ଧ ଲୋକଙ୍କୁ ଦେଖିଲେ ୧୧୨କୁ ଫୋନ୍ କରି କରି ଜଣାଇବାକୁ କମିଶନରେଟ ପୋଲିସ ପକ୍ଷରୁ ମାର୍ଗ ଦର୍ଶିକାରେ କୁହାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com