ଅନ୍ୟାନ୍ୟ

ଦୁର୍ଦ୍ଦାନ୍ତ ଅପରାଧୀକୁ ମାରଣାନ୍ତକ ଆକ୍ରମଣ

ପୁରୀ ୨୯-୦୮ ପୁରୀ ବାଙ୍ଗର ଜେଲ ଭିତରେ ଦୁର୍ବଳ ସୁରକ୍ଷା ବ୍ୟବସ୍ଥାର ନଗ୍ନଚିତ୍ର । ଜେଲ୍ ଭିତରେ ତଣ୍ଟି କାଟି ହତ୍ୟା ଉଦ୍ୟମ ଭଳି ସଙ୍ଗିନ ଅଭିଯୋଗ ଆସିଛି । ଜଣେ କଏଦୀ  ଆକ୍ରମଣରେ ପୁରୀର ଦୁର୍ଦ୍ଦାନ୍ତ ଅପରାଧୀ ଧୀଧେନ୍ଦ୍ରନାଥ ଓରଫ୍ ପପୁ ବରାଳ ଗୁରୁତର । ତାଙ୍କୁ ଗୁରୁତର ଅବସ୍ଥାରେ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଦାଦାବଟି ମାମଲାରେ ଚଳିତମାସ ୨୩ ତାରିଖରେ ସମୁଦ୍ରକୂଳ ଥାନା ପୋଲିସ ଦ୍ୱାରା ଗିରଫ ହୋଇଥିଲା ପପୁ ବରାଳ । ଗିରଫ ପରେ ପୁରୀ ବାଙ୍ଗର ଜେଲରେ ରହୁଥିଲେ । ତେବେ ଜେଲର କଡା ସୁରକ୍ଷା ବଳୟକୁ ଭେଦ କରି କିଭଳି ଭାବରେ ଏଭଳି ଅଭାବନୀୟ ଘଟଣା ଘଟିଲା ତାହା ତଦନ୍ତ ସାପେକ୍ଷ ।

Related Articles

Back to top button
WP Twitter Auto Publish Powered By : XYZScripts.com