ଅନ୍ୟାନ୍ୟ

ବ୍ରହ୍ମପୁର ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ, ଅଫିମ ସହ ଅଭିଯୁକ୍ତ ଗିରଫ

ବ୍ରହ୍ମପୁର, ୧୬/୦୯/୨୦୨୨-   ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ  ଅଫିମ ଚୋରା ଚାଲାଣ ବେଳେ ଜଣଙ୍କୁ କାବୁ କରିଛି  । ଗିରଫ ବ୍ୟକ୍ତି ହେଉଛନ୍ତି ହିଞ୍ଜିଳି ଥାନା ଅନ୍ତର୍ଗତ ଗଣ୍ଡଳା ଗ୍ରାମର ଶରତ କୁମାର ସାବତ । ଶ୍ରୀରାମ ନଗର ମୁଖ୍ୟ ରାସ୍ତାରେ ଗୁଇନ୍ଦା ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ କରୁଥିବା ସମୟରେ ଜୈନିକ ଯୁବକଙ୍କୁ ସନ୍ଦିଗ୍ଧ ଅବସ୍ଥାରେ ଦେଖିବାକୁ ପାଇଥିଲେ।ଉକ୍ତ ଯୁବକକୁ କାବୁ କରିବା ସହିତ  ଯାଞ୍ଚ ବେଳେ ପାଖାପାଖି ୨ କିଲୋଗ୍ରାମ ଓଜନର ଅଫିମ ଜବତ କରିଥିଲା ।

ବ୍ରହ୍ମପୁରରେ ଏକ ଭଡ଼ା ଘରେ ରହି ଏହି ବ୍ୟବସାୟ କରୁଥିବାବେଳେ ସେ ଏହି ଅଫିମ କେଉଁଠାକୁ ଚାଲାଣ ହେଉଥିଲା ଓ ଏଥିରେ କିଏ କିଏ ସଂଶ୍ଳିଷ୍ଟ ରହିଛନ୍ତି ସେ ନେଇ ଅଧିକ ତଦନ୍ତ କରୁଥିବା କହିଛନ୍ତି ଡେପୁଟି କମିଶନର ଅଶୋକ କୁମାର ଶତପଥୀ । ଏହି ଅଫିମର ମୂଲ୍ୟ ଆନୁମାନିକ ମୂଲ୍ୟ ଏକ କୋଟି ଟଙ୍କା ହେବ ବୋଲି ଜଣା ପଡ଼ିଛି । ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com