ଅନ୍ୟାନ୍ୟ

‘ଚୀନକୁ ବାହାଦୂରୀରେ ଜବାବ ଦେଲା ଭାରତୀୟ ସେନା’: ରାଜନାଥ ସିଂ

ନୂଆଦିଲ୍ଲୀ: ଅରୁଣାଚଳପ୍ରଦେଶରେ ଭାରତ ଚୀନ ସେନା ମୁହାଁମୁହିଁ ହେବାକୁ ନେଇ ସଂସଦର ଉଭୟ ଗୃହରେ ବିରୋଧୀମାନଙ୍କ ହଙ୍ଗାମା ଜାରି ରହିଛି । ଏହାରି ମଧ୍ୟରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଲୋକସମାରେ ଏହାକୁ ନେଇ ବିବୃତି ଦେଇଛନ୍ତି । ସେ କହିଛନ୍ତି ଯେ, ‘ଗତ ୯ରେ ଚୀନ ସେନା ବେଆଇନ ଭାବେ ଅନୁପ୍ରବେଶ ଉଦ୍ୟମ କରିଥିଲେ । ଲାଇନ୍ ଅଫ୍ ଆକଚୁଆଲ କଣ୍ଟ୍ରୋଲ ପରିବର୍ତ୍ତନ ଉଦ୍ଦେଶ୍ୟରେ ଆସିଥିଲେ । ଏଲଏସିରେ ଥିବା ସ୍ଥିତାବସ୍ଥାକୁ ଏକତରଫା ବଦଳାଇବାକୁ ଚେଷ୍ଟା କରିଥିଲେ ।’

ଆମ ସେନା ଅନୁପ୍ରବେଶର ଦୃଢ଼ତାର ସହ ମୁକାବିଲା କରିଥିଲେ । ଉଭୟ ପକ୍ଷ ମଧ୍ୟ ମୁହାଁମୁହିଁ, ଧସ୍ତାଧସ୍ତି ହୋଇଥିଲେ । ଆମ ସେନାର ଦୃଢ଼ ପଦକ୍ଷେପ ଯୋଗୁଁ ସେମାନେ ଫେରିଯିବାକୁ ବାଧ୍ୟ ହୋଇଥିଲେ । ମୁହାଁମୁହିଁରେ ଉଭୟ ପକ୍ଷର କିଛି ଯବାନ ଆହତ ହୋଇଥିଲେ । ତେବେ ଆମର କୌଣସି ଜଣେ ବି ମୃତ ବା ଗୁରୁତର ହୋଇନାହାନ୍ତି ବୋଲି ମନ୍ତ୍ରୀ କହିଛନ୍ତି ।

ଘଟଣା ପରେ ଆମର ଲୋକାଲ କମାଣ୍ଡର ପ୍ରତିପକ୍ଷ ସହ ମିଟିଂ କରିଥିଲେ । ମିଟିଂରେ ଚୀନକୁ ଏଭଳି କରିବାକୁ ଦୃଢ଼ତାର ସହ ମନା କରାଯାଇଥିଲା । ବିବୃତିରେ ଭାରତୀୟ ସେନା ପ୍ରଶଂସାରେ ଶତମୁଖ ହୋଇଥିଲେ ରାଜନାଥ । ଆମ ସେନା ଆମର ସାର୍ବଭୌମତ୍ୱକୁ ସୁରକ୍ଷିତ ରଖିବାକୁ ପ୍ରତିବଦ୍ଧ ବୋଲି ସେ କହିଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com