ଅନ୍ୟାନ୍ୟ

ଛାଇପରି ଦିଶୁଥିବା ଦୁର୍ଲଭ ବିରଳ ମାଛ

ଅଜବ ଏହି ପୃଥବୀ । ଏଠାରେ ଦେଖିବାକୁ ମିଳିଥାଏ ଅନେକ ଦୁର୍ଲଭ ଜୀବ । ସେହିପରି ଏକ ଦୁର୍ଲଭ ଜୀବ ହେଉଛି ଏଞ୍ଜଲର ଫିସ । ଏହାକୁ ଏଲିୟନ ଫିସ ବୋଲି ମଧ୍ୟ କୁହାଯାଏ । କାରଣ ଏହାର ଶରୀରର ଗଢ଼ଣ ଅବିକଳ ଏଲିୟନ ପରି ହୋଇଥାଏ । ଆଉ ଚର୍ମର ରଙ୍ଗ ଅତି କଳା ।

ଏହି ମାଛର ଖାସିୟତ ହେଲା ଯେ, ଏହାର ଶରୀର ଉପରେ ପଡିଥିବା ଆଲୋକକୁ ସମ୍ପୂର୍ଣ୍ଣ ରୂପେ ଶୋଷଣ କରେ । ଯେଉଁଥିପାଇଁ ଏହା ସମୁଦ୍ରରେ ଭାସୁଥିବା ବେଳେ ଅବିକଳ ଛାୟା ପରି ଦେଖାଯାଏ । ବର୍ତ୍ତମାନ ଏହି ଏଲିୟନ ପରି ଦେଖାଯାଉଥିବା ମାଛର ଭିଡିଓ ଭାଇରାଲ ହୋଇଛି । ଏହାକୁ ଏମବିଏଆରଆଇ ୟୁଟ୍ୟୁବ ଆକାଉଣ୍ଟରେ ପୋଷ୍ଟ କରାଯାଇଛି । ଲାଇଭ ସାଇନ୍ସ ରିପୋର୍ଟ ଅନୁଯାୟୀ, ଅନୁସନ୍ଧାନକାରୀମାନେ କାଲିଫର୍ଣ୍ଣିଆ ଉପକୂଳରେ ଏହି ଦୁର୍ଲଭ ଜୀବ ଦେଖିବାକୁ ପାଇଥିଲେ । ଏହା ପରେ ସେହି ଏଞ୍ଜଲର ଫିସର ଭିଡିଓ ବନାଇଥିଲେ ।

ସେମାନେ ସେପ୍ଟମ୍ବର ୨୯ ତାରିଖରେ ଏହି ଡ୍ରିମର ଏଞ୍ଜର ପ୍ରଜାତିର ମାଛକୁ କାଲିଫର୍ଣ୍ଣିଆ ଉପକୂଳରୁ ୪୭୦ କିମି ଦୂରରେ ଥିବା ଏକ ଗଭୀର ସମୁଦ୍ର ଅବବାହିକାରେ ଠାବ କରିଥିଲେ । ସବୁଠୁ ବଡ କଥା ହେଲା ଯେ, ୩୬ ବର୍ଷ ମଧ୍ୟରେ ଏହି ମାଛକୁ ମାତ୍ର ୯ଥର ବୈଜ୍ଞାନିକମାନେ ଦେଖିବାକୁ ପାଇଛନ୍ତି ।

ଏହି ମାଛ ୧୫ ଇଞ୍ଚ ପର୍ଯ୍ୟନ୍ତ ବଢ଼ିପାରେ, ଯେଉଁଠକି ମଣିଷ ୫ ଇଂଚ୍ ପର୍ଯ୍ୟନ୍ତ ବଢ଼ିଥାଏ । ତେବେ ଏମବିଏଆରଆଇର ଜଣେ ବରିଷ୍ଠ ବୈଜ୍ଞାନିକ ବ୍ରୁସ ରବିନ୍ସନ୍ ଏକ ବିବୃତ୍ତିରେ କହିଛନ୍ତି ଯେ ଏହି ଦୁର୍ଲଭ ଜୀବର ସୃଷ୍ଟି କେବେ ଠାରୁ ହୋଇଛି ତାହାର କୌଣସି ସଠିକ ପ୍ରମାଣ ନାହିଁ । କାରଣ ଏହା କ୍ୱଚିତ୍ ଦେଖିବାକୁ ମିଳିଥାଏ । ଡ୍ୟୁକ୍ ୟୁନିଭରସିଟିର ସାମୁଦ୍ରିକ ପରିବେଶବିତ୍ ଆଲେକ୍ସଜାଣ୍ଡାର୍ ଡେଭିସ୍ ଏବଂ ଗଈଇଜଓ ନ୍ୟୁୟର୍କ ଟାଇମ୍ସକୁ କହିଥିଲେ ଯେ ଏହି ଜୀବମାନେ ଏତେ କଳା ଯେ, ଏହା ଅବିକଳ ବ୍ଲାକ ହୋଲ ପରି ଦିଶେ । ଏହା ସହ ଏହି ଦୁର୍ଲଭ ଜୀବ ଚର୍ମରେ ମେଲାନୋସୋମ ଅଛି । ଯେଉଁ କୋଷଗୁଡ଼ିକରେ ମେଲାନିନ ପିଗମେଣ୍ଟ ଥିବାରୁ ଯେଉଁଥିପାଇଁ ଚର୍ମର ରଙ୍ଗକୁ ଏହା କଳା କରିଥାଏ ।

Related Articles

Back to top button
WP Twitter Auto Publish Powered By : XYZScripts.com