ଅନ୍ୟାନ୍ୟ

ପତ୍ନୀଙ୍କ ଆତ୍ମହତ୍ୟା ଘଟଣାରେ ଜେଲ ଗଲେ ସ୍ୱାମୀ

ବ୍ରହ୍ମପୁର ଅଫିସ ; ୦୪/୦୯ ବଡବଜାର ଥାନା ଅନ୍ତର୍ଗତ ଖଣ୍ଡିଆ କୁମୁଟି ସାହି ଚୈତନ୍ୟନଗର ପ୍ରଥମ ଲାଇନ ଠାରେ ଦୁଇ ଦିନ ପୂର୍ବେ ଜ୍ୟୋତି ସାହୁ ନାମକ ଜଣେ ବିବାହିତା ମହିଳା ଆତ୍ମହତ୍ୟା କରିଥିବା ଖବର ପ୍ରକାଶ ପାଇଥିଲା । ଖବର ପାଇ ଘଟଣା ସ୍ଥଳେ ବଡବଜାର ଥାନା ପୁଲିସ ପହଞ୍ଚି ମୃତ ଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ ମେଡିକାଲକୁ ପଠାଯାଇଥିଲା । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପୁରା ଘଟଣାର ଫର୍ଦ୍ଧାଫାସ ହେବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଥିଲା । ଅନ୍ୟପଟେ ଜ୍ୟୋତିଙ୍କ ବାପା ଏହି ଘଟଣାକୁ ଆଧାର କରି ଏହା ଆତ୍ମହତ୍ୟା ନୁହେଁ ବରଂ ହତ୍ୟା କରାଯାଇଛି ବୋଲି ଅଭିଯୋଗ ଆଣି ଜ୍ବାଇଁ ଓ ତାଙ୍କ ଦୁଇ ଭାଇ-ଭାଉଜଙ୍କ ନାଁରେ ବଡ଼ ବଜାର ଥାନାରେ ଅଭିଯୋଗ କରିଥିଲେ ।  ମୃତ ମହିଳାଙ୍କ ବାପାଙ୍କ ଅଭିଯୋଗ କ୍ରମେ ପୁଲିସ କେସ ନଂ ୨୨୨/୨୨ରେ ଏକ ହତ୍ୟା ମାମଲା ରୁଜୁ କରି ଜ୍ୟୋତିଙ୍କ ସ୍ୱାମୀ ଜିତେଶ କୁମାର ସାହୁ ଓରଫ୍ ଜିତୁ ,ତାଙ୍କ ବଡ଼ ଭାଇ କୃଷ୍ଣଚନ୍ଦ୍ର ସାହୁ, ମଝିଆ ଭାଇ ଅଜିତ କୁମାର ସାହୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନା ଥାଉକି ମୃତା ଜ୍ୟୋତି ଓ ଜିତେଶ ୨୦୨୦ ଜୁଲାଇ ମାସ ୨ତାରିଖରେ ବିବାହ ହୋଇଥିବା ବେଳେ ୧ ବର୍ଷର ଶିଶୁପୁତ୍ର ରହିଛି । ବିବାହ ବେଳେ ଜ୍ୟୋତିଙ୍କ ବାପା ଯୌତୁକ ବାବଦକୁ ଝିଅ ଓ ଜ୍ୱାଇଁଙ୍କୁ ଲକ୍ଷାଧିକ ଟଙ୍କାର ସୁନା ଗହଣା, ନଗଦ ୧୦ହଜାର ଟଙ୍କା ସହ ଅନ୍ୟାନ୍ୟ ଜାନି ଯୌତୁକ ଦେଇଥିଲେ । ବିବାହର କିଛି ଦିନ ପରେ ସ୍ଵାମୀ ଜିତେଶ ସ୍ତ୍ରୀ ଜ୍ୟୋତିଙ୍କୁ ଆଇପିଏଲ୍ ଖେଳିବା ପାଇଁ ଟଙ୍କା ନଥିବାରୁ ଅଧିକ ଟଙ୍କା ବାପା ମାଆଙ୍କୁ ମାଗିବା ପାଇଁ ବାଧ୍ୟ କରୁଥିବାବେଳେ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦେବା ଆରମ୍ଭ କରିଥିଲେ । ଜ୍ୟୋତି ଏ ନେଇ ନିଜ ବାପା ମାଆଙ୍କୁ ଖବର ଦେଇ ଆସୁଥିଲେ । ପରେ ୨୦୨୨, ଜୁନ୍ ମାସରେ ୫୦ହଜାର ଟଙ୍କା ଜ୍ୱାଇଁଙ୍କୁ ଜ୍ୟୋତିର ବାପା ଦେଇଥିଲେ । ଏହା ପରେ ମଧ୍ୟ ଅନେକ ସମୟରେ ଝିଅ ଜ୍ୟୋତିକୁ ତା ସ୍ବାମୀ ଜିତେଶ ମାରପିଟ କରୁଥିବା ବେଳେ ଜିତେଶର ଦୁଇ ଭାଉଜ ଜ୍ୟୋତିକୁ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ ହେଉଥିଲା । ପ୍ରତିଦିନ ଝିଅ-ଜ୍ୱାଇଁ ପରସ୍ପର ଝଗଡା ହେଉଥିବା ଯୋଗୁଁ ଝିଅ ଜ୍ୟୋତିର ମା ଗତ ୩୧ତାରିଖରେ ଜ୍ୱାଇଁଙ୍କ  ଘରକୁ ଆପୋଷ ବୁଝାମଣା ପାଇଁ ଯାଇଥିବା ବେଳେ ସେଠାରେ ତାଙ୍କୁ ଗାଳିଗୁଲଜ କରିବା ସହ ଦୁଇ ଲକ୍ଷ ଟଙ୍କା ମାଗିବା ସହ ନ ଦେଲେ ଝିଅ-ନାତିକୁ ନେଇଯିବା ପାଇଁ ଧମକଚମକ ଦେଇଥିଲେ । ଏହାର କିଛି ଘଣ୍ଟା ପରେ ଝିଅ ଜ୍ୟୋତି ଫାଶୀ କରି ଆତ୍ମହତ୍ୟା କରିଛି ବୋଲି ଜ୍ୱାଇଁ ଜିତେଶ ସ୍ତ୍ରୀର ବାପାଘରକୁ ଜଣାଇଥିଲେ । ପରେ ଘଟଣା ସ୍ଥଳକୁ ଆସି ଝିଅ ଜ୍ୟୋତି ଝୁଲୁଥିବାର ଦେଖିଥିଲେ ପରିବାର ଲୋକେ । ପରେ ମୃତ ଜ୍ୟୋତିଙ୍କ ବାପା ବଡ ବଜାର ଥାନାରେ ଝିଅର ହତ୍ୟା ହୋଇଥିବା ନେଇ ଅଭିଯୋଗ କରିଥିଲେ । ଅଭିଯୋଗ ପ୍ରକାରେ ପୁଲିସ ଏକ ମାମଲା ରୁଜୁ କରି ମୃତ ଜ୍ୟୋତିଙ୍କ ସ୍ବାମୀଙ୍କ ସମେତ ତାଙ୍କ ଦୁଇ ଭାଇକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ତଦନ୍ତକାରୀ ଅଧିକାରୀ ରଞ୍ଜିତ କୁମାର ଦାସ କହିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com