ଅନ୍ୟାନ୍ୟ

ଆସନ୍ତା ସପ୍ତାହରେ ଆସୁଛି ଲଘୁଚାପ

ଭୁବନେଶ୍ୱର, ୨୯/୦୪/୨୦୨୩ –    ଆସୁଛି ଲଘୁଚାପ । ଦକ୍ଷିଣ ବଙ୍ଗୋପସାଗରରେ ଏହି ଲଘୁଚାପ ସୃଷ୍ଟି ହେବ । ତେବେ ଏହା ବାତ୍ୟାର ରୂପ ନେବ କି ନାହିଁ ସେନେଇ କିଛି କୁହାଯାଇନଥିଲେ ମଧ୍ୟ ଲଘୁଚାପ କଥା ଶୁଣିବା ପରେ ଧଡଧଡ ହେଲାଣି ଉପକୂଳିଆଙ୍କ ଛାତି । କାରଣ ଖରାଦିନିଆ ଲଘୁଚାପ ଯେ କେତେ ଭୟଙ୍କର ତାହା ଫନି ଦର୍ଶାଇ ଦେଇଛି । ତେବେ ମେ ୫ ତାରିଖରେ ଏହା ଲଘୁଚାପ ବଳୟ ସୃଷ୍ଟି କରିବା ନେଇ ପୂର୍ବାନୁମାନ କରିଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ।

ଲଘୁଚାପ କ୍ଷେତ୍ର ସୃଷ୍ଟି ହେଲେ ପରବର୍ତ୍ତୀ ପୂର୍ବାନୁମାନ କରିହେବ ବୋଲି ଆଇଏମଡି ଡିଜି କହିଛନ୍ତି । ସେପଟେ ଏହି ଲଘୁଚାପର ପ୍ରଭାବ ଓଡ଼ିଶା ଉପରେ ନଥିବା ସ୍ପଷ୍ଟ ହୋଇଛି । ସେଥିପାଇଁ ଭୟଭୀତ ନହେବାକୁ ପରାମର୍ଶ ଦିଆଯାଇଛି । କେବଳ ମତ୍ସ୍ୟଜୀବୀଙ୍କୁ ସତର୍କ ରହିବାକୁ ଆଇଏମଡି ଡିଜି କହିଛନ୍ତି । ତେବେ ଗତ କିଛି ବର୍ଷ ଧରି ମେ ମାସରେ ଲଗାତାର ଭାବେ ଲଘୁଚାପ ଆସୁଥିବାରୁ ପାଣିପାଗ ବିଭାଗର ଆକଳନ ଏବେ ଲୋକଙ୍କ ଚିନ୍ତା ବଢାଇ ଦେଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com