ଅନ୍ୟାନ୍ୟ

ଭାରତୀୟ ଶିଖ୍ ପୋଲିସ୍ ସନ୍ଦୀପ ଧାଲିୱାଲଙ୍କ ହତ୍ୟା ମାମଲା, ହତ୍ୟାକାରୀକୁ ମୃତ୍ୟ ଦଣ୍ଡାଦେଶ

ଭୁବନେଶ୍ୱର, ୨୭/୧୦/୨୦୨୨-   ଦେଶର ପ୍ରଥମ ଭାରତୀୟ ଶିଖ୍ ପୋଲିସ୍ ସନ୍ଦୀପ ଧାଲିୱାଲଙ୍କ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ରବର୍ଟ ସୋଲିସ୍ଙ୍କୁ ଆମେରିକାର ଟେକ୍ସାସରେ ମୃତ୍ୟୁଦଣ୍ଡ ଦିଆଯାଇଛି। ଧାଲିୱାଲଙ୍କୁ ଟେକ୍ସାସରେ ପୋଷ୍ଟ କରାଯାଇଥିଲା ଏବଂ ୨୦୧୯ ରେ ଟ୍ରାଫିକ ସିଗନାଲରେ ତାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା।

ସ୍ଥାନୀୟ କୋର୍ଟ ହତ୍ୟାକାରୀଙ୍କୁ ମୃତ୍ୟୁଦଣ୍ଡ ଦେଇଛନ୍ତି। ବୁଧବାର ଦିନ ଦିଆଯାଇଥିବା ଦଣ୍ଡାଦେଶ ବେଳେ ହତ୍ୟାକାରୀ ସେଲିସ୍ କୌଣସି ପ୍ରତିକ୍ରିୟା ଦେଇନଥିଲେ। ଖଣ୍ଡପୀଠ ମୃତ୍ୟୁ ଦଣ୍ଡ ସୁପାରିଶ କରିବା ପୂର୍ବରୁ ମାତ୍ର ୩୫ ମିନିଟ୍ ପାଇଁ ବିଚାର ବିମର୍ଶ କରିଥିଲେ।

ଧାଲିୱାଲ ଏକ ଆବାସିକ ଅଞ୍ଚଳରେ ସୋଲିସଙ୍କୁ ଅଟକାଇଥିଲେ ଏବଂ ତାଙ୍କ ପାଟ୍ରୋଲିଂ କାର ଆଡକୁ ଫେରୁଥିବା ସମୟରେ ପଛରୁ ସୋଲିସ ଗୁଳି ଚଳାଇଥିଲା। ଖଣ୍ଡପୀଠ ସଦସ୍ୟମାନେ ୬୫ ଜଣଙ୍କ ସାକ୍ଷ୍ୟ ଶୁଣିଥିଲେ । ଶୁଣାଣି ସମୟରେ ସୋଲିସ୍ ନିଜକୁ ରକ୍ଷା କରି କହିଥିଲେ ଯେ ସେ ହଠାତ୍ ଗୁଳି ଚଳାଇଥିଲେ, ଯାହା ଧାଲିୱାଲଙ୍କୁ ଲାଗିଯାଇଥିଲା ।

 

Related Articles

Back to top button
WP Twitter Auto Publish Powered By : XYZScripts.com