ଅନ୍ୟାନ୍ୟ

ଆମ୍ ଆଦମୀ ପାର୍ଟିର ୨ ବିଧାୟକ ଦୋଷୀ ସାବ୍ୟସ୍ତ

ନୂଆଦିଲ୍ଲୀ : ୧୩ା୯  ୭ ବର୍ଷ ପୁରୁଣା ମାମଲାରେ ଦିଲ୍ଲୀ କୋର୍ଟ ଏବେ ଦୁଇ ଜଣ ଆପ୍ ବିଧାୟକଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଏହି ଦୁଇ ଆପ୍ ବିଧାୟକଙ୍କ ଉପରେ ଦଙ୍ଗା ଓ ପୋଲିସ୍ ଷ୍ଟେସନରେ ଗଣ୍ଡଗୋଳ ଏବଂ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା । ଆପ୍ ବିଧାୟକ ଅଖିଳେଶପତି ତ୍ରିପାଠୀ, ସଞ୍ଜୀବ ଝାଙ୍କ ସମେତ ଅନ୍ୟ ୧୫ ଜଣଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି । ସେପ୍ଟେମ୍ବର ୨୧ରେ ବିଧାୟକଙ୍କ ଦଣ୍ଡ ଘୋଷଣା କରାଯିବ । ୭ ବର୍ଷ ପୂର୍ବେ ବୁରାଡ଼ି ପୋଲିସ ଷ୍ଟେସନରେ  ଅଞ୍ଚଳରେ ଦୁଇ ପିଲାଙ୍କ ସହ ଦୁଷ୍କର୍ମ ମାମଲା ସାମ୍ନାକୁ ଆସିଥିଲା । ସ୍ଥାନୀୟ ଲୋକ ଏ ସମ୍ପର୍କରେ ଅଭିଯୋଗ କରିବାକୁ ପୋଲିସ ଷ୍ଟେସନରେ ପହଞ୍ଚିଥିଲେ । ଲୋକଙ୍କ ଅଭିଯୋଗ ଥିଲା ଯେ, ଦୁଷ୍କର୍ମ ଅଭିଯୁକ୍ତକୁ ବଞ୍ଚାଇବାକୁ ପୋଲିସ ଉଦ୍ୟମ କରୁଛି ।  ଲୋକମାନେ କହିଥିଲେ ଯେ, ଅଭିଯୁକ୍ତଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରୁନାହିଁ । ଲୋକମାନେ ଏହି ଘଟଣା ସମ୍ପର୍କରେ ସ୍ଥାନୀୟ ଆମ୍ ଆଦମୀ ପାର୍ଟି ବିଧାୟକ ସଞ୍ଜୀବ ଝାଙ୍କ ନିକଟରେ ଅଭିଯୋଗ କରିଥିଲେ । ଏ ସମ୍ପର୍କରେ ସୂଚନା ପାଇବା ପରେ ବିଧାୟକ ପୋଲିସ ଷ୍ଟେସନରେ ପହଞ୍ଚିଥିଲେ । ଏଠାରେ ପହଞ୍ଚିବା ପରେ ପୋଲିସ ଷ୍ଟେସନରେ ଉପସ୍ଥିତ ପୋଲିସ କର୍ମଚାରୀଙ୍କ ସହ ଯୁକ୍ତିତର୍କ ହୋଇଥିଲା ।

 

Related Articles

Back to top button
WP Twitter Auto Publish Powered By : XYZScripts.com