ଅନ୍ୟାନ୍ୟ

ଦେଓମାଳିରେ ୧୪୪ ଧାରା ଲାଗୁ, ଅମାନିଆ ହେଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ରାତି ୯ରୁ ସକାଳ ୮ ଟା ଯାଏଁ ଦେଓମାଳିରେ ୧୪୪ ଧାରା ଲାଗୁ କରାଯାଇଛି । ଜିଲ୍ଲାପାଳ ଅବଦ୍ଦାଲ୍ ଏମ୍ ଅଖତର ଘୋଷଣା କରିବା ସହ ସୋମବାର ମଧ୍ୟରାତ୍ରୀରୁ ଏହି କାର୍ଯ୍ୟକାରୀ କରା ଯିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି । କିଛି ବାହାର ପର୍ଯ୍ୟଟକ ଓ ଅସାମାଜିକ ଲୋକ ଦେଓମାଲିରେ ରାତ୍ରୀ ଯାପନ କରିବା ଓ ବିଳମ୍ବିତ ରାତି ଯାଏ ସେଠାରେ ରହି ଓଡିଶା ସରକାର ତଥା ଜିଲ୍ଲା ପ୍ରଶାସନ ଦ୍ୱାରା କରାଯାଇଥିବା ଉନ୍ନୟନ କାର୍ଯ୍ୟ ଓ ସରକାରୀ ସମ୍ପତିର କ୍ଷତି କରୁଥିବାରୁ ଜିଲ୍ଲା ପ୍ରଶାସନ ଏଭଳି ନିଷ୍ପତି ନେଇଥିବା ଜଣା ପଡିଛି । ସୋମବାର ମଧ୍ୟ ରାତ୍ରୀରୁ ଏହା କାର୍ଯ୍ୟକାରୀ ହେବାକୁ ଥିବାବେଳେ ଏସପି ଓ କୋରାପୁଟ ଉପଜିଲ୍ଲାପାଳଙ୍କୁ କାର୍ଯକ୍ଷମ କରିବା ଦାୟିତ୍ୱ ଦିଆଯାଇଛି ଓ ଏହା ଆସନ୍ତା ୬୦ ଦିନ ଯାଏ ବଳବତର ରହିବ ବୋଲି ଜଣା ପଡିଛି । ଯଦି କୌଣସି ବ୍ୟକ୍ତି ଏହି ନିର୍ଦ୍ଦେଶକୁ ଅମାନ୍ୟ କରନ୍ତି ତେବେ ତାଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରା ଯିବାକୁ ଚେତାବନୀ ଦିଆଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com