ଅନ୍ୟାନ୍ୟ

ଇନଷ୍ଟାଗ୍ରାମରେ ଯୁବତୀଙ୍କୁ କରୁଥିଲେ ବ୍ଲାକମେଲିଂ, ଏବେ ଜେଲରେ

ସାଇବର ପୁଲିସ କବ୍ଚାରେ ମହାଠକ । ଇନଷ୍ଟାଗ୍ରାମ ଆଇଡିରୁ ଯୁବତୀଙ୍କ ଫଟୋ ଆଣି କରୁଥିଲେ ବ୍ଲାକମେଲିଂ । ଭଲଭାବେ ଦେଖନ୍ତୁ ଏହି ଯୁବକ ଜଣଙ୍କୁ ଯିଏକି ଇଷ୍ଟାଗ୍ରାମରେ ଯୁବତୀଙ୍କ ନାଁରେ ଫେକ ଆଇଡି ଖୋଲି ବ୍ଲାକମେଲ କରୁଥିଲେ । ଆଉ ଏବେ କଟକ ସାଇବର ପୋଲିସ ତାଙ୍କୁ ଗିରଫ କରି ଜେଲ ପଠାଇଛି । ଗିରଫ ଯୁବକ ଜଣକ ହେଉଛନ୍ତି କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଅଞ୍ଚଳର ବାବୁ ଓରଫ ଦିନେଶ ସେଠୀ।

() ଅଭିଯୁକ୍ତ ବାବୁ କଟକ ବିଡାନାସୀ ଅଞ୍ଚଳର ଜଣେ ନାବାଳିକାଙ୍କ ନାମରେ ଫେକ ଇନଷ୍ଟାଗ୍ରାମ ଆଇଡି ଓ ପରେ ସେହି ଆଇଡିରେ ଉକ୍ତ ନାବାଳିକାଙ୍କ ଏଡିଟ୍ ଫୋଟୋ ପୋଷ୍ଟ କରିବା ଅଭିଯୋଗରେ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି କଟକ ସାଇବର ଥାନା ପୋଲିସ୍। ଦୀନେସ ଯୁବତୀଙ୍କ ସହ ଇନଷ୍ଟାଗ୍ରାମରେ ପ୍ରଥମେ ବନ୍ଧୁତା କରିଥିଲା।

ପରେ ତାଙ୍କର ଫଟୋ ଗୁଡ଼ିକୁ ଡାଉନଲୋଡ କରି ଏକ ଫେକ ଆଇଡି ଯୁବତୀଙ୍କ ନାଁରେ ଖୋଲିଥିଲା। ଏହାପରେ ଅଶ୍ଲୀଳ ଫଟୋ ସହ ଯୁବତୀଙ୍କ ମୁହଁ ଯୋଡି ଅପଲୋଡ଼ କରିଥିଲା। ଯୁବତୀ ଜଣଙ୍କ ଏହା ଦେଖି ଅଭିଯୁକ୍ତ ବାବୁକୁ ଫଟୋ ଡିଲିଟ୍‌ କରିବାକୁ କହିଥିଲେ। ଟଙ୍କା ଦେଲେ ଫଟୋ ଡିଲିଟ କରିବ ବୋଲି ବାବୁ ଯୁବତୀଙ୍କୁ କହିଥିଲା। ଏନେଇ ଯୁବତୀ ଜଣଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ। ଏନେଇ ଯୁବତୀଙ୍କ ଭାଇ ଅଭିଯୁକ୍ତ ବାବୁ ନାଁରେ କଟକ ସାଇବର ଥାନାରେ ଅଭିଯୋଗ କରିଥିଲେ। ସାଇବର ପୁଲିସ ଘଟଣାର ତଦନ୍ତ କରି ବାବୁକୁ ଗିରଫ କରି କୋର୍ଟ ଚାଲଣ କରିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com