ଅନ୍ୟାନ୍ୟ

ମମିତା ମେହେର ହତ୍ୟା ମାମଲାରେ ଆଉ ୨ ଜଣ ଗିରଫ

ଭୁବନେଶ୍ୱର, ୦୧/୧୨/୨୦୨୨-   ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାରେ ଆଉ ୨ ଜଣଙ୍କୁ ଗିରଫ କରିଛି କଣ୍ଟାବାଞ୍ଜି ପୋଲିସ । ସାକ୍ଷୀଙ୍କୁ ପ୍ରଭାବିତ କରିବା ଅଭିଯୋଗରେ ମହାଲିଙ୍ଗ +୨ କଲେଜ ଅଧ୍ୟକ୍ଷ ରଞ୍ଚିତ ସାହୁ ଓ ଅଧ୍ୟାପକ କୃତି ଚନ୍ଦନ ଗିରଫ ହୋଇଛନ୍ତି । ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି । ୨୦୨୧ ଅକ୍ଟୋବର ୮ ତାରିଖରେ ମମିତା ମେହେର ନିଖୋଜ ହୋଇଥିବା ବେଳେ କିଛି ଦିନ ପରେ ତାଙ୍କ ପୋଡ଼ା ମୃତଦେହ ମାଟିତଳୁ ଉଦ୍ଧାର କରା ଯାଇଥିଲା । ଏହି ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ କୁହା ଯାଉଥିବା ଗୋବିନ୍ଦ ସାହୁକୁ ପୋଲିସ ଗିରଫ କରିଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com