ଜାତୀୟ

LPG ଗ୍ରାହକଙ୍କୁ ଜୋରଦାର୍ ଝଟକା! ଅପ୍ରେଲ ୨୦୨୨ରୁ ଦ୍ୱିଗୁଣିତ ହୋଇଯିବ ରୋଷେଇ ଗ୍ୟାସର ଦର

ନୂଆଦିଲ୍ଲୀ() ବଢ଼ୁଥୀବା ଦରଦାମ୍ ମଧ୍ୟରେ ସାଧାରଣ ଜନତାଙ୍କୁ ପୁଣିଥରେ ବଡ଼ ଝଟକା ଲାଗିବାକୁ ଯାଉଛି । ପେଟ୍ରୋଲ ଓ ଡିଜେଲ ପରେ ଏବେ ରୋଷେଇ ଗ୍ୟାସ୍ ଉପଭୋକ୍ତାଙ୍କୁ ପଡ଼ିବ ମହଙ୍ଗା ମାଡ଼ । ଅପ୍ରେଲରୁ ଖାଦ୍ୟ ରୋଷେଇ କରିବା ଆହୁରି ମହଙ୍ଗା ହୋଇପାରେ । ସମଗ୍ର ବିଶ୍ୱରେ ଗ୍ୟାସର ବହୁତ ଅଭାବ ଦେଖାଦେଇଛି ଓ ଏପ୍ରିଲ ମାସରୁ ଏହାର ପ୍ରଭାବ ଭାରତ ଉପରେ ମଧ୍ୟ ଦେଖିବାକୁ ମିଳିପାରେ, ଯେଉଁ କାରଣରୁ ଏଠାରେ ଗ୍ୟାସର ମୂଲ୍ୟ ମଧ୍ୟ ଦ୍ୱିଗୁଣିତ ହୋଇପାରେ ।

ବିଶ୍ୱରେ ଗ୍ୟାସ ଅଭାବ ହେତୁ ସିଏନଜି, ପିଏନଜି ଓ ବିଦ୍ୟୁତର ମୂଲ୍ୟ ବୃଦ୍ଧି ପାଇବ । ଏହା ସହିତ ଡ୍ରାଇଭିଂ ଗାଡ଼ି ସହିତ କାରଖାନାଗୁଡ଼ିକରେ ଉତ୍ପାଦନ ମୂଲ୍ୟ ମଧ୍ୟ ବୃଦ୍ଧିହୋଇପାରେ । ସରକାରଙ୍କ ଫର୍ଟିଲାଇଜର ସବସିଡି ବିଲରେ ମଧ୍ୟ ବୃଦ୍ଧି ହୋଇପାରେ । ମୋଟ ଉପରେ କହିବାକୁ ଗଲେ, ଏସବୁର ପ୍ରଭାବ କେବଳ ସାଧାରଣ ଗ୍ରାହକଙ୍କ ଉପରେ ପଡ଼ିବ ।

ୟୁରୋପକୁ ଗ୍ୟାସ୍ ସପ୍ଲାଏ କରିବାର ବଡ଼ ଉତ୍ସ ହେଉଛି ଋଷ । ଅର୍ଥାତ୍ ୟୁକ୍ରେନ ସଙ୍କଟ ଯୋଗୁଁ ଏହା ଉପରେ ପ୍ରଭାବ ପଡ଼ିପାରେ । କରୋନା ମହାମାରୀର ପ୍ରକୋପରୁ ବିଶ୍ୱର ଅର୍ଥନୀତି ଅବଶ୍ୟ ସୁଧୁରିଛି, କିନ୍ତୁ ଶକ୍ତିର ଚାହିଦା ବୃଦ୍ଧି ଯୋଗୁଁ ଏହାର ଯୋଗାର ହ୍ରାସ ଘଟିଛି । ଏହି କାରଣ ଯୋଗୁଁ ଗ୍ୟାସ ଦର ବୃଦ୍ଧି ପାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com