ଅନ୍ତର୍ଜାତୀୟଜାତୀୟ

ମସ୍କ ଆଣିଲେ ନୂଆ ନିୟମ । ହଟାଇବେ ଦୀର୍ଘ ସମୟ ଧରି ଆକ୍ଟିଭ ନଥିବା ଆକାଉଣ୍ଟ ।

ଟ୍ୱିଟରରେ କେତେବେଳେ ଆଉ କଣ ଝଟ୍‌କା ମିଳିବ ତାହା କେବଳ ମସ୍କ ହିଁ ଜାଣନ୍ତି । କେତେବେଳେ ବ୍ଲୁ ଟିକ୍ ହଟାଇବା ନିଷ୍ପତ୍ତି ନେଉଛନ୍ତି ତ ଆଉ କେତେବେଳେ ଖବର ପଢିବା ପାଇଁ  ଚାର୍ଜ ଲାଗୁ କରୁଛନ୍ତି । ଟ୍ୱିଟରକୁ ନିଜ ମାଲିକାନାକୁ ନେବା ପରେ ଝଟ୍‌କା ପରେ ଝଟ୍‌କା ଦେଉଛନ୍ତି ଏଲନ୍ ମସ୍କ । ଏବେ ସେ ପୁଣି ଆଉ ଏକ ନୂଆ ଅପ୍‌ଡେଟ୍ ଦେଇଛନ୍ତି । ଦୀର୍ଘ ସମୟ ଧରି ଟ୍ୱିଟରରେ ଅଚଳ ଥିବା ଆକାଉଣ୍ଟକୁ ହଟାଇ ଦେବେ ବୋଲି କହିଛନ୍ତି । ଏନେଇ ଖୁବ୍ ଶୀଘ୍ର ପ୍ରକ୍ରିୟା ଆରମ୍ଭ ହେବ ବୋଲି ମଧ୍ୟ କହିଛନ୍ତି । ଫଳରେ ଏବେ ଫଲୋଅର୍ସଙ୍କ ସଂଖ୍ୟା ହ୍ରାସ ପାଇବ ବୋଲି ଆଶଙ୍କା କରାଯାଉଛି । ସେପଟେ ମସ୍କ ଆହୁରି କହିଛନ୍ତି ଯେ  ଯେଉଁମାନଙ୍କ ଅନୁଗାମୀ ସଂଖ୍ୟା କମିବ ସେହି ଫଲୋଅର୍ସଙ୍କ ମଧ୍ୟରେ ଅଚଳ ଆକାଉଣ୍ଟ୍ ଥିଲା ବୋଲି ବୁଝିବାକୁ ହେବ। ଟ୍ବିଟରକୁ କିଣିବା ପରେ ସେଥିରେ ନିୟମିତ କିଛି ନା କିଛି ପରିବର୍ତ୍ତନ ଦେଖିବାକୁ ମିଳୁଛି । ଯେଉଁମାନେ ଟଙ୍କା ଦେଉଛନ୍ତି ସେମାନଙ୍କୁ ଅଧିକ ସୁବିଧା ଓ ଲମ୍ବା ଟୁଇଟ୍ ଲେଖିବାର ଅନୁମତି ପ୍ରଦାନ କରାଯାଇଛି। ଖବରଗୁଡ଼ିକ ଲାଗି ଲୋକଙ୍କଠାରୁ ଦେୟ ଅସୁଲ କରିବାକୁ ଏହା ଗଣମାଧ୍ୟମ ସଂସ୍ଥାଗୁଡ଼ିକୁ ଅନୁମତି ପ୍ରଦାନ କରିଛି।

Related Articles

Back to top button
WP Twitter Auto Publish Powered By : XYZScripts.com