ଅନ୍ୟାନ୍ୟ

ଟିଏମସି ନେତାଙ୍କ ଘରେ ବୋମା ବିସ୍ଫୋରଣ , ୩ ମୃତ

ପଶ୍ଚିମବଙ୍ଗ: ୨୦୧୪ ପରେ ବିଜେପି ଓ ଟିଏମସି ମଧ୍ୟରେ ବାରମ୍ବାର ଗଣ୍ଡଗୋଳ ଦେଖିବାକୁ ମିଳୁଛି । ଏହି କ୍ରମରେ ଆଜି ଜଣେ ଟିଏମସି ନେତାଙ୍କ ଘରେ ବୋମା ବିସ୍ଫୋରଣ ଘଟି ୩ ଜଣଙ୍କର ମୃତ୍ୟୁ ହୋଇଛି । ପଶ୍ଚିମବଙ୍ଗର ପୂର୍ବ ମେଦିନାପୁର ଜିଲ୍ଲାରେ ଜଣେ ତୃଣମୂଳ କଂଗ୍ରେସ ନେତାଙ୍କ ଘରେ ଅଚାନକ ବୋମା ବିସ୍ଫୋରଣ ହୋଇଥିଲା । ଏଥିରେ ୩ ଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି । ପୋଲିସର ସୂଚନା ମୁତାବକ ବୁଥ୍ ଅଧ୍ୟକ୍ଷଙ୍କ ନେରିବିଲା ଗାଁରେ ଥିବା ବାସଭବନରେ ଶୁକ୍ରବାର ରାତି ୧୧.୧୫ମିନିଟର ବିସ୍ଫୋରଣ ହୋଇଥିବା ସୂଚନା ମିଳିଥିଲା । ଏଥିରେ ବାସଭବନଟି ସମ୍ପୂର୍ଣ୍ଣ ଭାବେ ଧ୍ୱଂସ ହୋଇଯାଇଛି । ହେଲେ ବିସ୍ଫୋରଣର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ସେପଟେ ଏହି ଘଟଣାକୁ ନେଇ ବିଜେପି ଅଭିଯୋଗ କରିଛି କି ତୃଣମୂଳ କଂଗ୍ରେସ ନେତାଙ୍କ ଘରେ ଦେଶୀବୋମା ପ୍ରସ୍ତୁତ କରାଯାଉଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com