ଅନ୍ୟାନ୍ୟ

ଧଉଳିରେ ଗଛକଟାକୁ ନେଇ ଉତ୍ତେଜନା

ଧଉଳି, ୩୦ /୦୯/୨୦୨୨ –    ଧଉଳିରେ ଗଛକଟାକୁ ଧଉଳି ବ୍ୟବସାୟୀ ସଂଘ ସମେତ ସ୍ଥାନୀୟ ଲୋକଙ୍କ ବିରୋଧ । ଆସନ୍ତା ଅକ୍ଟୋବର ମାସରେ ହେବାକୁ ଥିବା ଶାନ୍ତିସ୍ତୁପ ଧଉଳି ସୁବର୍ଣ୍ଣ ଜୟନ୍ତୀ ପାଳନ ସମାରୋହ ଉପଲକ୍ଷେ ନବୀକରଣ କାର୍ଯ୍ୟ ଶତକଡା ୭0 ଭାଗ କାର୍ଯ୍ୟ ଶେଷ ହୋଇଛି । ସୋମବାର ଖୋର୍ଦ୍ଧା ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଶାନ୍ତିସ୍ତୁପରେ ପହଞ୍ଚି ଏହାର ସମୀକ୍ଷା କରିଥିଲେ, ସାଥିରେ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତି ଥିଲେ । ଶାନ୍ତିସ୍ତୁପର ଚାରି ପାଖରେ ଥିବା ଗଛ ଗୁଡିକ ଯୋଗୁଁ ଧଉଳିର ସୌନ୍ଦର୍ଯ୍ୟ ହରାଉଥିବା ବେଳେ ପର୍ଯ୍ୟଟକ ଆକର୍ଷଣ ହରାଉଛି । ଏପରିକି ଗଛଗୁଡିକର ଆଢୁଆଳରେ ଶାନ୍ତିସ୍ତୁପ ପୁରା ଲୁଚି ଯାଉଛି ।

ଏହାକୁ ଦୃଷ୍ଟିରେ ରଖି ଉପସ୍ଥିତ ଥିବା ବନବିଭାଗ ଅଧିକାରୀଙ୍କୁ ଏହି ଗଛ ଗୁଡିକର ଡାଳ କାଟିବାକୁ ନିର୍ଦ୍ଦେଶ ଦେଇଥିଲେ । ନିର୍ଦ୍ଦେଶକୁ ପାଳନ କରିବାକୁ ଯାଇ ବନବିଭାଗ କର୍ମଚାରୀମାନେ ଗଛର ବଡ଼ ବଡ଼ ଡାଳ କାଟିଥିଲେ । ଏପରିକି ବହୁ ପର୍ଯ୍ୟଟକ ଏହାକୁ ଅସନ୍ତୋଷ ବ୍ୟକ୍ତ କରିଥିଲେ l ଗଛଗୁଡିକ ଥିବାରୁ ପର୍ଯ୍ୟଟକମାନେ ଶାନ୍ତିସ୍ତୁପ ଭ୍ରମଣ କରି ଖରାରେ ଥକ୍କା ମେଣ୍ଟାଇବା ସହ ବିଶ୍ରାମ ନେଉଥିଲେ । ସେହିପରି ସ୍ତୁପର ସୌନ୍ଦର୍ଯ୍ୟକୁ ବୃଦ୍ଧି କରିବାରେ ଗଛଗୁଡିକ ସହାୟକ ହେଉଥିଲା ବୋଲି ପର୍ଯ୍ୟଟକ କହିଥିଲେ । ଗଛ କାଟିବା ଦ୍ୱରା ଶାନ୍ତିସ୍ତୁପ ସୌନ୍ଦର୍ଯ୍ୟ ହରାଉଛି ବୋଲି ଅଭିଯୋଗ ହୋଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com