ଅନ୍ୟାନ୍ୟ

ହାଲୋୱିନ ଉତ୍ସବ ଦୁର୍ଘଟଣା : ମୃତ୍ୟୁ ସଂଖ୍ୟା ୧୫୧କୁ ବୃଦ୍ଧି , ରାଷ୍ଟ୍ରୀୟ ଶୋକ ଘୋଷଣା କଲେ ରାଷ୍ଟ୍ରପତି

ଦକ୍ଷିଣ କୋରିଆ ରାଜଧାନୀ ସିଓଲରେ ବଡ ଅଘଟଣ ଘଟିଯାଇଛି । ଶନିବାର ରାତିରେ ସିଓଲ ସ୍ଥିତ ଇଟାୱନ ଷ୍ଟ୍ରିଟରେ ହାଲୋୱିନ ଉତ୍ସବ ଚାଲିଥିବା ବେଳେ ଦଳଚକଟାରେ ୧୫୧ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୧୦୦ରୁ ଅଧିକ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରୁ ଅଧିକାଂଶଙ୍କୁ ହୃଦଘାତ୍ ହୋଇଥିବା ସୂଚନା ମିଳିଛି । କୋଭିଟ କଟକଣା ଯୋଗୁଁ ୨ ବର୍ଷ ହେଲା ସିଓଲରେ ହାଲୋୱିନ କାର୍ଯ୍ୟକ୍ରମ ବନ୍ଦ ରହିଥିଲା । କଟକଣା ହଟିବା ପରେ ଚଳିତ ବର୍ଷ ଧୁମଧାମରେ ଏହି ଉତ୍ସବ ଆୟୋଜିତ ହୋଇଥିଲା । ଏଥିପାଇଁ ଇଟାୱନ ଷ୍ଟ୍ରିଟରେ ଲକ୍ଷାଧିକ ଲୋକଙ୍କୁ ସମାଗମ ହୋଇଥିଲା । ହାଲୋୱିନ ଉତ୍ସବରେ ପ୍ରବଳ ଭିଡ ସୟରେ କେହି ସେଲିବ୍ରିଟି ଏଠାକୁ ଆସିଥିବା ଖବର ପ୍ରଚାରିତ ହୋଇଥିଲା । ଯାହାଫଳରେ ଇଟାୱନର ସଂକୀର୍ଣ୍ଣ ରାସ୍ତାରେ ଅଚାନକ ଠେଲାପେଲା ଆରମ୍ଭ ହୋଇଥିଲା । ଠେଲାପେଲାରେ ଅନେକ ଲୋକ ତଳେ ପଡିଯାଇଥିଲେ ଏବଂ ଅଚେତ ହୋଇଯାଇଥିଲେ । ଶ୍ବାସରୁଦ୍ଧ ହୋଇ ଅନେକ ଲୋକଙ୍କ ଜୀବନ ଚାଲିଯାଇଥିଲା ।
ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଆହତଙ୍କ ଚିକିତ୍ସା ପାଇଁ ପ୍ରାୟ ୪୦୦ରୁ ଅଧିକ ଆପତକାଳୀନ କର୍ମଚାରୀ ଏବଂ ୧୪୦ଟି ଗାଡିକୁ ନିୟୋଜିତ କରାଯାଇଛି । ବର୍ତ୍ତମାନ ସୁଦ୍ଧା ୧୫୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ, ମୃତ୍ୟୁସଂଖ୍ୟା ଆହୁରି ବଢିପାରେ ବୋଲି ଆଶଙ୍କା କରାଯାଉଛି । ତେବେ ମୃତକଙ୍କ ମଧ୍ୟରେ ୧୯ ଜଣେ ବିଦେଶୀ ନାଗରିକ ଥିବା ସୂଚନା ମିଳିଛି । ଦକ୍ଷିଣ କୋରିଆ ରାଷ୍ଟ୍ରପତି ୟୁନ ସୁକ ଇଓଲ ଘଟଣାକୁ ନେଇ ଶୋକ ପ୍ରକାଶ କରିବା ସହ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି । କାହିଁକି ଦଳାଚକଟା ହେଲା ତାହାର କାରଣ ଖୋଜୁଛି ପୋଲିସ ।

Related Articles

Back to top button
WP Twitter Auto Publish Powered By : XYZScripts.com