ଅନ୍ୟାନ୍ୟ

ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ଘଟଣା: ଘଟଣାସ୍ଥଳରେ କ୍ରାଇମବ୍ରାଞ୍ଚ ଟିମ..ଖୁବ ଶୀଘ୍ର ରିମାଣ୍ଡ ଆବେଦନ ଉପରେ ହୋଇପାରେ ଶୁଣାଣି

ଭୁବନେଶ୍ୱର: ସ୍ବାସ୍ଥ୍ୟମନ୍ତ୍ରୀ ପୋଲିସ ଅଧିକାରୀ ହତ୍ୟା କରିବା ଘଟଣା ଗତକାଲି ଜେଏମ୍ଏଫସି ଆବାସିକ କୋର୍ଟରେ ଗୋପାଳ କୃଷ୍ଣ ଦାସକୁ ହାଜର କରିଥିଲା କ୍ରାଇମବ୍ରାଞ୍ଚ ଏବଂ ୭ ଦିନିଆ ରିମାଣ୍ଡ ଆବେଦନ କରିଥିଲା । ଏହି ଆବେଦନକୁ ସ୍ଥଗିତ ରଖିଥିଲେ ଜେଏମ୍ଏଫସି କୋର୍ଟ । ଆଜି ସରକାରୀ ରିମାଣ୍ଡ ଓକିଲ ଅଭିଯୁକ୍ତ ଦାସଙ୍କ ପାଇଁ ବେଲ ଆବେଦନ କରିଛନ୍ତି । ଏହା ତଳ କୋର୍ଟରେ ଖାରଜ ହୋଇଯିବ ବୋଲି ସୂଚନା ମଧ୍ୟ ଦେଇଛନ୍ତି ଏବଂ ରିମାଣ୍ଡ ଆବେଦନ ଉପରେ କୌଣସି ଶୁଣାଣି ହୋଇନାହିଁ, ଖୁବ ଶୀଘ୍ର ରିମାଣ୍ଡ ଆବେଦନର ଶୁଣାଣି ହେବ ବୋଲି ସୂଚନା ଦେଇଛନ୍ତି ସରକାରୀ ଓକିଲ ହରିଶଙ୍କର ଅଗ୍ରୱାଲ । ଅନ୍ୟପକ୍ଷରେ ଗାନ୍ଧୀଛକ ଘଟଣା ସ୍ଥଳକୁ ଯାଇ ଏଡିଜିଙ୍କ ନେତୃତ୍ୱରେ କ୍ରାଇମବ୍ରାଞ୍ଚର ଏକ ଦଳ ତଦନ୍ତ କରୁଥିବା ଦେଖିବାକୁ ମିଳିଛି ।

 

Related Articles

Back to top button
WP Twitter Auto Publish Powered By : XYZScripts.com