ଅନ୍ୟାନ୍ୟ

ମୃତଦେହକୁ ରାଜପଥ କିମ୍ବା ରାସ୍ତାରେ ରଖି ବିରୋଧ କରିପାରିବେ ନାହିଁ

ଏଣିକି ଲୋକେ ମୃତଦେହକୁ ରାଜପଥ କିମ୍ବା ରାସ୍ତାରେ ରଖି ବିରୋଧ କରିପାରିବେ ନାହିଁ। ଆସନ୍ତା ବିଧାନସଭା ଅଧିବେଶନରେ ହରିୟାଣା ସରକାର ଏକ ନୂତନ ବିଲ ଆଣୁଛନ୍ତି। ଯାହା ଅନ୍ତର୍ଗତ ଏଭଳି କରିବା ଏକ ଆଇନଗତ ଅପରାଧ ହେବ।

ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର ସରକାର ହରିୟାଣା ମୃତ ଦେହ ସମ୍ମାନ ବିଲ ଆଣିବେ। ଯଦି କେହି ମୃତ ଶରୀର ସହିତ କୌଣସି ପ୍ରକାରର ବିରୋଧ କରନ୍ତି, ତେବେ ଏହା ଅପରାଧ ବର୍ଗରେ ପଡ଼ିବ। ଯଦି ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୁଅନ୍ତି, ତେବେ ଗୋଟିଏ ବର୍ଷ ଜେଲ ଓ ୫୦ ହଜାର ଟଙ୍କା ଜୋରିମାନା ଲାଗୁ କରାଯିବ।

Related Articles

Back to top button
WP Twitter Auto Publish Powered By : XYZScripts.com