ଅନ୍ୟାନ୍ୟ

ଖୁବଶୀଘ୍ର ଅଦଳବଦଳ ହୋଇପାରେ ମନ୍ତ୍ରୀମଣ୍ଡଳ

ଭୁବନେଶ୍ୱର, ୦୭/୦୨/୨୦୨୩ –    ନବୀନ ପଟ୍ଟନାୟକଙ୍କ ମନ୍ତ୍ରୀମଣ୍ଡଳରେ ଖୁବଶୀଘ୍ର ଅଦଳବଦଳ ହୋଇପାରେ । ତେବେ ଏଥର ଛୋଟ ଧରଣର ଅଦଳବଦଳ ହୋଇପାରେ ବୋଲି ଚର୍ଚ୍ଚା ହେଉଛି । ତେବେ କାହା ହାତରେ କ୍ଷମତା ରହିବ ଏହାକୁ ନେଇ ରାଜନୈତିକ ମହଲ ଏବେ ଚଳଚଞ୍ଚଳ ହୋଇ ଉଠିଛି ।

ନିକଟରେ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ପରେ ଦେହାନ୍ତ ପରେ ଅର୍ଥ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କୁ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଥିଲା । ତେଣୁ, ନବୀନ ସ୍ୱାସ୍ଥ୍ୟ ବିଭାଗ ଭଳି ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ଜଣେ ପୂର୍ଣ୍ଣକାଳୀନ ମନ୍ତ୍ରୀଙ୍କୁ ଦାୟିତ୍ୱ ଦେଇ ପାରନ୍ତି । ତେବେ ପଶ୍ଚିମ ଓଡ଼ିଶାରୁ ଜଣେ କିମ୍ବା ଦୁଇଜଣ ହେଭିୱେଟ୍ ନେତାଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯିବାର ସମ୍ଭାବନା ରହିଛି ।

ଗତବର୍ଷ ଜୁନ ମାସରେ ଶେଷ ଥର ପାଇଁ ରାଜ୍ୟ ମନ୍ତ୍ରିମଣ୍ଡଳରେ ବଡ଼ ଧରଣର ଅଦଳବଦଳ ହୋଇଥିଲା । ସେ ସମୟରେ ନବୀନଙ୍କ କ୍ୟାବିନେଟରେ ୨୧ ଜଣ ନୂଆ ମନ୍ତ୍ରୀ ଶପଥ ନେଇଥିଲେ । ଏଥିସହିତ କିଛି ହେଭିୱେଟଙ୍କ ହାତରୁ ମନ୍ତ୍ରୀପଦ କାଢ଼ି ନିଆଯାଇଥିଲା । ତେବେ ଆଗକୁ ୨୦୨୪ ଲୋକସଭା ଓ ବିଧାନସଭା ନିର୍ବାଚନ ଥିବାରୁ ଏହାକୁ ନଜରରେ ରଖି ନବୀନ କିଛି ବଡ଼ ନିଷ୍ପତ୍ତି ନେଇପାରନ୍ତି ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com