ଅନ୍ୟାନ୍ୟ

ପୁରୁଷୋତ୍ତମପୁର ବ୍ଲକ ସ୍ତରୀୟ କ୍ଲଷ୍ଟର ସୁରଭି ପୋଗ୍ରାମ ଅନୁଷ୍ଠିତ

ପୁରୁଷୋତ୍ତମପୁର, ୩୧/୧୦/୨୦୨୨ –  ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ସ୍ତରୀୟ କ୍ଲଷ୍ଟର ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଦୀର୍ଘ ଦୁଇ ବର୍ଷର ବ୍ୟବଧାନ ପରେ ଚଳିତ ବର୍ଷ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ପାଳନ ହେଉଛି ଶିଶୁମେଳା ତଥା ସୁରଭି କାର୍ଯ୍ୟକ୍ରମ । ଛାତ୍ର ଛାତ୍ରୀ ମାନଙ୍କ ଲୁକ୍କାୟିତ ପ୍ରତିଭାର ବିକାଶ ପାଇଁ ଏହି କାର୍ଯ୍ୟକ୍ରମ କରାଯାଉଥିବା ବେଳେ ରବିବାର ଦିନ ବ୍ଲକ ସ୍ତରୀୟ କ୍ଲଷ୍ଟରର ବ୍ଲକ ଶିକ୍ଷା ଅଧିକାରୀ କିଶୋର ଚନ୍ଦ୍ର ବେହେରାଙ୍କ ତତ୍ଵାବଧାନରେ ପୁରୁଷୋତ୍ତମପୁର ନରସିଂହ ଦାସ ଉଚ୍ଚବିଦ୍ୟାଳୟ ପରିସରରେ ଏହି କାର୍ଯ୍ୟକ୍ରମ ହୋଇଥିଲା ।

ଏହି କାର୍ଯ୍ୟକ୍ରମକୁ ପୁରୁଷୋତ୍ତମପୁର ଏନଏସି ଅଧକ୍ଷା ପ୍ରିୟଙ୍କା ଗୌଡ଼, ବ୍ଲକ ଅଧକ୍ଷା ପିଙ୍କି ବେହେରା,ମୁଖ୍ୟଅତିଥିଭାବେ ଯୋଗଦେଇଥିବା ସଂମ୍ମାନିତ ଅତିଥିଭାବେ,ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ,ବିପ୍ର ବେହେରା, ସୀତାରାମ ପଣ୍ଡା, ନରସିଂହ ଦାସ ଉଚ୍ଚବିଦ୍ୟାଳୟର ପ୍ରଧାନଶିକ୍ଷକ ଯୁଧିଷ୍ଠିର ସାହୁ,ମଞ୍ଚାସିନ ଥିଲେ l ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ,ଛାତ୍ରଛାତ୍ରୀ ଉପସ୍ଥିତ ରହିଥିଲେ ।ଛାତ୍ର ଛାତ୍ରୀ ମାନେ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ପୁରସ୍କୃତ ହୋଇଥିଲେ।

ପୁରୁଷୋତ୍ତମପୁର ସହର ସମସ୍ତ ନୋଡାଲ୍ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀମାନେ ଆମେ ବିଜ୍ଞାନ ଯୁଗର ଝିଅ ସଂପର୍କୀତ ଏକ ସୁନ୍ଦର ସଚେତନତା ନାଟକ ପରିବେଷଣ କରି ପ୍ରଶଂସା ସାଉଁଟିଥିଲେ । ଅତିଥିମାନଙ୍କ ଦ୍ୱାରା ୩୫ କୃତି ଛାତ୍ର ଛାତ୍ରୀମାନଙ୍କୁ ପୁରସ୍କୃତ କରିଥିଲେ । ଏହି କାର୍ଯ୍ୟକ୍ରମରେ ପୁରୁଷୋତ୍ତମପୁର ବ୍ଲକ ସ୍ତରୀୟ ବିଭିନ୍ନ କ୍ଲଷ୍ଟର ଶିକ୍ଷକ ବୀର ବେହେରା,ପ୍ରକାଶ ଚନ୍ଦ୍ର ରାଉତରାୟ, ଭାରତି ଭୂଷଣ ଦାସ, ସୁଦର୍ଶନ ବେହେରା, ନିରଞ୍ଜନ ତ୍ରିପାଠୀ, ନୀଳାଞ୍ଚଳ ସାହୁ, ପ୍ରତାପ ଚନ୍ଦ୍ର ପଣ୍ଡା, ଲଷ୍ମୀ ନାରାୟଣ ପାତ୍ର, ବନମଳି ବେହେରା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ l

Related Articles

Back to top button
WP Twitter Auto Publish Powered By : XYZScripts.com