ଅନ୍ୟାନ୍ୟ

୨ ଶିଶୁଙ୍କ ସହ ଜୀବନ୍ତ ଜଳିଗଲେ ପରିବାରର ୬ ସଦସ୍ୟ

ଘରେ ନିଆଁ ଲାଗିଲା । ଆଉ ସେଥିରେ ରହୁଥିବା ୬ଜଣ ପରିବାର ସଦସ୍ୟ ଜୀବନ୍ତ ଦଗ୍ଧ ହୋଇଗଲେ । ଏଭଳି ଭୟାନକ ଘଟଣା ଘଟିଛି ତେଲେଙ୍ଗାନାର ମଞ୍ଚେରିୟଲ ଜିଲ୍ଲା ମନ୍ଦାମରୀ ଇଲାକାରେ । ରାତି ଅଧରେ ଏଠିକାର ବାସିନ୍ଦା ଶିବୟାଙ୍କ ଘରେ ନିଆଁ ଦେଖି ପଡୋଶୀ ଗ୍ରାମରକ୍ଷୀ ଓ ପୋଲିକୁ ଖବର ଦେଇଥିଲେ । ହେଲେ ପୋଲସ ଆସି ଘଟଣାସ୍ଥଳରେ ପହଞ୍ଚିବାବେଳକୁ ଘରେ ଥିବା ୬ଜଣ ସଦସ୍ୟା ଜୀବନ୍ତ ପୋଡିଯାଇ ପ୍ରାଣ ହରାଇସାରିଥିଲେ । ମୃତକଙ୍କ ମଧ୍ୟରେ ଅଛନ୍ତି ଘରର ମାଲିକ ୫୦ ବର୍ଷିୟ ଶିବୟା, ତାଙ୍କ ପତ୍ନୀ ପଦ୍ମା, ତାଙ୍କ ବଡ ଭଉଣୀର ଝିଅ, ତାଙ୍କର ୨ ପିଲା ଓ ଅନ୍ୟଜଣେ ମହିଳା ।

Related Articles

Back to top button
WP Twitter Auto Publish Powered By : XYZScripts.com