ଅନ୍ୟାନ୍ୟ

କଟକରୁ ପୁଣି ଜବତ ହେଲା ନକଲି ଔଷଧ

କଟକ, ୨୩/୦୯/୨୦୨୨-  କଟକରୁ ପୁଣି ଜବତ ହେଲା ନକଲି ଔଷଧ । ତାହାପୁଣି ଲକ୍ଷେ କି ୨ ଲକ୍ଷେ ଟଙ୍କାର ନୁହେଁ ୨୨ ଲକ୍ଷ ଟଙ୍କା ମୂଲ୍ୟର ଔଷଧ । ଗୁରୁବାର କଟକର ତିନିଟି ଫାର୍ମାସୀରୁ ଟେଲମା ବ୍ରାଣ୍ଡର ନକଲି ଔଷଧ ଗୁଡିକୁ ଜବତ କରିଛି ଭେଷଜ ନିୟନ୍ତ୍ରଣ ବିଭାଗ । ଏହି ଔଷଧଗୁଡିକୁ ବିକ୍ରି କରୁଥିବା ଦୁଇ ଷ୍ଟକିଷ୍ଟଙ୍କୁ ମଧ୍ୟ ଗିରଫ କରାଯାଇଛି । ସେପଟେ ନକଲି ଔଷଧ କାରବାରକୁ ନେଇ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ କହିଛନ୍ତି ।

ନକଲି ଔଷଧ ମାମଲାର ଅନୁସନ୍ଧାନ ପାଇଁ ପୂର୍ବରୁ ବିହାର ଡ୍ରଗକ୍ସ କଣ୍ଟ୍ରୋଲ ବିଭାଗକୁ ଚିଠି ଲେଖିଥିଲା । ଏ ଦିଗରେ ଅଧିକ ତଦନ୍ତ ପାଇଁ ଶୁକ୍ରବାର ବିହାର ଯିବ ସ୍ୱତନ୍ତ୍ର ତଦନ୍ତକାରୀ ଦଳ । ପୂର୍ବରୁ ମଧ୍ୟ ମାମଲାର ତଦନ୍ତ ପାଇଁ ରାଜ୍ୟ ବାହାରକୁ ଯାଇଛି କମିଶନରେଟ ପୋଲିସ । ଦିନକୁ ଦିନ ନକଲି ଔଷଧ କାରବାରର ଚେର ଲମ୍ବିବାରେ ଲାଗିଛି । ଏହାକୁ ମିଶାଇ ଏପର୍ଯ୍ୟନ୍ତ ୪୫ ଲକ୍ଷ ଟଙ୍କାର ନକଲି ଔଷଧ ଜବତ ହୋଇସାରିଲାଣି । ଏବେବି ପୋଲିସ ଓ ଭେଷଜ ନିୟନ୍ତ୍ରଣ ବିଭାଗର ମିଳିତ ଧର ପଗଡ ଜାରି ରହିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com