ଅନ୍ୟାନ୍ୟ

ଅଜଣା ଯୁବକ ମୃତଦେହ ଉଦ୍ଧାର ; ହତ୍ୟା କରି ପକାଇ ଦେଇଥିବା ସନ୍ଦେହ

ବୌଦ୍ଧବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ବଙ୍କାପଡ଼ା ଗ୍ରାମ ଆମ୍ବବୁରୀ ଠାରେ ଜଣେ ଅଜଣା ଯୁବକଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି । କେହି ତାଙ୍କୁ ହତ୍ୟା କରି ପକାଇ ଦେଇଥିବା ସନ୍ଦେହ କରାଯାଉଛି ।

ସୂଚନାଯୋଗ୍ୟ ଯେ, ବଙ୍କାପଡ଼ା ଗ୍ରାମରୁ କିଛି ଲୋକେ ନଦୀରୁ ଗାଧୋଇ ସାରି ଫେରୁଥିବା ବେଳେ ଆମ୍ବବୁରି ନିକଟରେ ଏକ ଯୁବକଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ । ପରେ ବୌଦ୍ଧ ପୋଲିସକୁ ଏନେଇ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ବୌଦ୍ଧ ପୋଲିସ ପହଞ୍ଚି ଶବଟିକୁ ଜବତ କରିବା ସହିତ ଅଧିକ ତଦନ୍ତ ଜାରି ରଖିଛି ।

ମୃତଦେହ ନିକଟରୁ ପୋଲିସ ଏକ ମୋବାଇଲ ଫୋନ୍ ପାଇଛି । ମୋବାଇଲ ଫୋନ୍ କଲ୍ ଅନୁଯାୟୀ ମୃତକଙ୍କ ପରିଚୟ ପାଇଛି ପୋଲିସ । ମୃତ ବ୍ୟକ୍ତି ଜଣଙ୍କ ହେଉଛନ୍ତି ମନମୁଣ୍ଡା ଥାନା ଅନ୍ତର୍ଗତ ରାକସକୋଟି ଗ୍ରାମର ସାରଥୀ ଗୁନା ବୋଲି ଜଣାପଡିଛି । ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ତଦନ୍ତ କରାଯାଉଛି ତଦନ୍ତ କଲେ ଜଣାପଡିବ ବୋଲି ବୌଦ୍ଧ ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com