ଅନ୍ୟାନ୍ୟ

ଜନ୍ମ ଦିନ ଭୋଜିରେ ଗଣଦୁଷ୍କର୍ମ ପରେ ନାବାଳିକାର ମୃତ୍ୟୁ, ଟିଏମସି ନେତାଙ୍କ ପୁଅ ଗିରଫ

ନୂଆଦିଲ୍ଲୀ() ପଶ୍ଚିମବଙ୍ଗର ନାଦିଆ ଜିଲ୍ଲାରେ ଏକ ନାବାଳିକାର ମୃତ୍ୟୁରେ ଚହଳ ସୃଷ୍ଟି କରିଛି। ନାବାଳିକାର ପରିବାର ଲୋକଙ୍କ ଅଭିଯୋଗ ଗୋଟିଏ ଜନ୍ମ ଦିନ ପାର୍ଟିରେ ତାଙ୍କ ସହ ଦୁଷ୍କର୍ମ କରାଯାଇଛି। ଘରକୁ ଫେରିବା ପରେ ଝିଅଟର ମୃତ୍ୟୁ ହୋଇଯାଇଥିଲା। ପରିବାର ଲୋକଙ୍କ ଅଭିଯୋଗ ମୁଖ୍ୟ ଅଭିଯୁକ୍ତ ଟିଏମସି ନେତାଙ୍କ ପୁଅ। ପୋଲିସ ଅଭିଯୁକ୍ତକୁ ଗିରଫ କରି ତଦନ୍ତ ଆରମ୍ଭ କରିଛି।

ନବମ ଶ୍ରେଣୀର ପୀଡିତ ଛାତ୍ରୀଙ୍କ ମାଆ-ବାପା ଘଟଣାର ଚାରି ଦିନ ପରେ ହଂସଖଲୀ ଥାନାରେ ଅଭିଯୁକ୍ତ ବିରୋଧରେ ମାମଲା ରୁଜୁ କରିଛନ୍ତି। ଅଭିଯୋଗ ଅନୁସାରେ ଗତ ସୋମବାର ଅଭିଯୁକ୍ତର ଜନ୍ମ ଦିନ ଭୋଜିରେ ସାମିଲ ହେବା ପାଇଁ ନାବାଳିକା ଜଣଙ୍କ ତାଙ୍କ ଘରକୁ ଯାଇଥିଲେ। କିନ୍ତୁ ସେଠାରୁ ସେ ଅସୁସ୍ଥ ଅବସ୍ଥାରେ ଘରକୁ ଫେରିଥିଲା ଏବଂ କିଛି ସମୟ ପରେ ଝିଅଟିର ମୃତ୍ୟୁ ହୋଇଥିଲା।

ମାମଲାରେ ମୁଖ୍ୟ ଅଭିଯୁକ୍ତ ବ୍ରଜଗୋପାଳକୁ ପୋଲିସ ଗିରଫ କରିଛି। ପୋଲିସ ଅଭିଯୁକ୍ତ ବିରୋଧରେ ଦୁଷ୍କର୍ମ, ହତ୍ୟା ଏବଂ ପ୍ରମାଣ ନଷ୍ଟ କରିବା ସହ ପୋକ୍ସୋ ଆକ୍ଟରେ ମାମଲା ରୁଜୁ କରିଛି। ଏହାରି ଭିତରେ କୋର୍ଟଙ୍କ ହସ୍ତକ୍ଷେପ ଲୋଡି କୋଲକାତା ଉଚ୍ଚ ନ୍ୟାୟଳୟରେ ଦୁଇଟି ଜନହିତ ମାମଲା ଦାଖଲ ହୋଇଛି। ମଙ୍ଗଳବାର ହାଇକୋର୍ଟଙ୍କ ବେଞ୍ଚ ଏହି ମାମଲାରେ ଶୁଣାଣି କାରିପାରନ୍ତି।

ଅନ୍ୟପଟେ ପରିବାର ଲୋକଙ୍କ ଆଉ ଏକ ସଙ୍ଗାଘିତ ଅଭିଯୋଗ ଆଣିଛନ୍ତି। ନାବାଳିକା ମୃତ୍ୟୁ ପ୍ରମାଣପତ୍ର ଜାରି ହେବା ପୂର୍ବରୁ ଜୋର ଜବରଦସ୍ତ ଅନ୍ତମ ସଂସ୍କାର କରାଯାଇଥିବା ଅଭିଯୋଗ କରିଛନ୍ତି। ଏପରିକି ନାବାଳିକାକୁ କୌଣସି ସରକାରୀ କିମ୍ୱା ଘରୋଇ ହସ୍ପଟାଲ ନ ନେବା ପାଇଁ ପରିବାର ଲୋକଙ୍କୁ ଚେତାବନୀ ମଧ୍ୟ ଦିଆଯାଇଥିଲା।

Related Articles

Back to top button
WP Twitter Auto Publish Powered By : XYZScripts.com