ଅନ୍ୟାନ୍ୟ

ପଞ୍ଜାବରେ ରକେଟ୍ ଲଞ୍ଚର ମାଡ଼

ଭୁବନେଶ୍ୱର, ୧୦/୧୨/୨୦୨୨ –   ପଞ୍ଜାବର ତରନତାନ ଜିଲ୍ଲା ଥାନା ସରହାୱଲିରେ ଶୁକ୍ରବାର ବିଳମ୍ବିତ ରାତିରେ ରକେଟ୍ ଲଞ୍ଚର ମାଡ଼ ହୋଇଛି । ଏହି ରକେଟ୍ ଲଞ୍ଚର ମାଡ଼ରେ କୌଣସି ଜୀବନ ଯାଇ ନ ଥିଲେ  ମଧ୍ୟ ଥାନା କ୍ଷତିଗ୍ରସ୍ତ ହୋଇଛି । ଥାନାର କବାଟ ଓ ଝରକା କାଚ ସବୁ ଭାଙ୍ଗିଯାଇଛି । ଏହି ଲଞ୍ଚର ମାଡ଼ ପରେ ପୋଲିସ ସମ୍ପୂର୍ଣ୍ଣ ଅଞ୍ଚଳକୁ ସିଲ୍ କରିଦେଇଛି । କୌଣସି ଆତଙ୍କୀ ସଙ୍ଗଠନ ଏଥିରେ ନିଜକୁ ଦାୟୀ କରିନାହିଁ । କୁହାଯାଉଛି ଯେ, ଲଞ୍ଚର ପ୍ରଥମେ ଏହା ଅନ୍ୟ ସ୍ଥାନରେ ପଡ଼ିଥିଲା ଏବଂ ପରେ ଡାଇଭର୍ଟ ହୋଇ ପୋଲିସ ଥାନା ଉପରେ ପଡ଼ିଥିଲା । ଆଶଙ୍କା କରାଯାଉଛି ଯେ, ସିଧା ମାଡ଼ ନ ହୋଇଥିବା କାରଣରୁ ଏହାର ପ୍ରଭାବ କମ୍ ରହିଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com