ଅନ୍ୟାନ୍ୟ

ପ୍ରେମିକାକୁ ପେଚକସରେ ୫୧ ଥରି ଭୂଷି ହତ୍ୟାକଲା ପ୍ରେମିକ

ଏକ ଲୋମଟାଙ୍କୁରା ହତ୍ୟା ଘଟଣାର ପଦ୍ଦାଫାସ କରିଛି ଛତିଶଗଡ ପୋଲିସ । ଛତିଶଗଡ ଜିଲ୍ଲାର କୋରବା ଜିଲ୍ଲାରେ ଜଣେ ପ୍ରେମିକ ତାର ୨୦ ବର୍ଷିୟା ପ୍ରେମିକାକୁ ଏକ ପେଚକସ ସହାୟତାରେ ୫୧ ଥର ଭୂଷି ହତ୍ୟା କରିଛି । ଡିସେମ୍ବର ୨୪ ତାରିଖରେ ଏହି ଘଟଣା ସାଉଥ୍ ଇଷ୍ଟର୍ନ କୋଲଫିଲ୍ଡସ ଲିମିଟେଡ ପାଖରେ ଥିବା ପମ୍ପ ହାଉସ ନିକଟରେ ଘଟିଛି ।ପୋଲିସର ସୂଚନା ମୁତାବକ ଅଭିଯୁକ୍ତ ପ୍ରେମିକ ଜଣଙ୍କ ଏଠାରେ ପହଂଚିବା ପରେ ପ୍ରେମିକା ଏକୁଟିଆ ଘରେ ଥିଲେ । ପ୍ରେମିକ ଜଣଙ୍କ ହଠାତ ଯୁବତୀଙ୍କ ଘର ଭିତରେ ପଶିଯାଇଥିଲେ ଓ ପ୍ରେମିକାର ମୁହଁକୁ ତକିଆ ସହାୟତାରେ ଚାପିଧରି ନିର୍ମମ ଭାବେ ସାଥିରେ ଆଣିଥିବା ପେଚକସରେ ଭୂୁଷିବା ଆରମ୍ଭ କରିଦେଇଥିଲେ । ଏଭଳି ଭାବେ ୫୧ ଥର ଆକ୍ରମଣ କରି ସେ ଫେରାର ହୋଇଯାଇଥିଲା । ପ୍ରେମିକାର ଭାଇ ଘରେ ପହଂଚିବା ବେଳକୁ ଯୁବତୀ ଜଣଙ୍କ ରକ୍ତ ଜୁଡୁବୁଡ ଅବସ୍ଥାରେ ପଡି ରହିଥିଲା ।
ପୋଲିସ ତାର ପ୍ରାଥମିକ ତଦନ୍ତରୁ ପାଇଥିବା ସୂଚନା ମୁତାବକ ଜଶପୁର ଜିଲ୍ଲାରେ ରହୁଥିବା ଏହି ଯୁବକ ଜଣଙ୍କର ୩ ବର୍ଷ ତଳେ ଯୁବତୀଙ୍କ ସହ ପରିଚୟ ହୋଇଥିଲା । ଯୁବକ ଜଣଙ୍କ ପେଶାରେ ଜଣେ ବସ୍ କଣ୍ଡକ୍ଟର । ଉଭୟଙ୍କ ମଧ୍ୟରେ ଫୋନ ଯୋଗେ କଥା ନିଜର ସଂପର୍କ ବଢାଇଥିଲେ । ହେଲେ କୌଣସି କାରଣରୁ ଯୁବତୀ ଜଣଙ୍କ ସଂପୃକ୍ତ ଯୁବକଙ୍କ ସହ କଥା ହେବା ବନ୍ଦ କରିଦେଇଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ଯୁବକ ଜଣଙ୍କ ଏଭଳି ହତ୍ୟା କରିଥିବା ଜଣାପଡିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com