ଅନ୍ୟାନ୍ୟ

ତାଣ୍ଡବ ରଚିଲା ବାତ୍ୟା ମାଣ୍ଡୋସ

ଭୁବନେଶ୍ୱର, ୧୦/୧୨/୨୦୨୨ –  ତାଣ୍ଡବ ରଚିଲା ବାତ୍ୟା ମ୍ୟାଣ୍ଡସ୍ । ଶୁକ୍ରବାର ବିଳମ୍ବିତ ରାତିରେ ତାମିଲନାଡୁର ଚେନ୍ନାଇ ନିକଟ ମହାବଳିପୁରମରେ ଏହା ସ୍ଥଳଭାଗ ଛୁଇଁଛି । ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୮୦ କିଲୋମିଟରରୁ ଅଧିକ ରହିଥିଲା । ପ୍ରଭାବରେ ବଡ଼ ବଡ଼ ଗଛ ପେଟ୍ରୋଲ ପମ୍ପ ଏବଂ କଚ୍ଚା ଘର ଆଦି ଭାଙ୍ଗି ପଡିବା ସହ ବ୍ୟାପକ କ୍ଷୟକ୍ଷତି ଘଟିଛି । ତିରୁଭାଲୁର, ଚେନ୍ନାଇ, ଚେଙ୍ଗଲାପାଟୁ, କାଞ୍ଚିପୁରମ ଆଦି ଜିଲ୍ଲାରେ ଭୀଷଣ ବର୍ଷା ସାଙ୍ଗକୁ ଘଣ୍ଟାପ୍ରତି ୪୦ରୁ ରୁ ୫୦ କିଲୋମିଟର ବେଗରେ ପବନ ବୋହୁଛି ।

ସେପଟେ ଉତ୍ତର-ତାମିଲନାଡୁ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶର ଉପକୂଳ ଜିଲ୍ଲାଗୁଡିକରେ ମୁଶଳ ଧାରରେ ବର୍ଷା ସହ ପବନ ଜାରି ରହିଛି । ସ୍ଥିତିକୁ ଦେଖି ତାମିଲନାଡୁ, ପୁଡୁଚେରି ଓ ଆନ୍ଧ୍ରପ୍ରଦେଶରେ ରେଡ ଅଲର୍ଟ ଜାରି କରାଯିବା ସହ ବିଭିନ୍ନ ଜିଲ୍ଲାରେ ସ୍କୁଲ, କଲେଜ ବନ୍ଦ କରାଯାଇଛି । ସେହିପରି ୧୫ଟି ବିମାନକୁ ବାତିଲ କରି ଦିଆଯାଇଛି । ଏନଡିଆରଏଫ ଓ ନୌସେନା ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ବର୍ତ୍ତମାନ ମାଣ୍ଡୋସ ଉତ୍ତର-ପଶ୍ଚିମ ଦିଗରେ ଗତି କରିବା ସହ ଧିରେ ଧିରେ ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହୋଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com