ଅନ୍ୟାନ୍ୟ

ଆସିଲା VSSUT ଛାତ୍ରୀ ଚିନ୍ମୟୀଙ୍କ ଭିଷେରା ରିପୋର୍ଟ

ଭୁବନେଶ୍ୱର, ୨୫/୦୪/୨୦୨୩ –   ବହୁ ଚର୍ଚ୍ଚିତ ଭିସୁଟ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶନୀ ସାହୁ ମୃତ୍ୟୁ ଘଟଣାର ଭିଷେରା ରିପୋର୍ଟ ସମ୍ବଲପୁର ପୋଲିସର ହସ୍ତଗତ ହୋଇଛି । ତେବେ ମୃତ୍ୟୁ ପୂର୍ବରୁ ଚିନ୍ମୟୀ ପ୍ରଚୁର ଆଲକହଲ ନେଇଥିବା ଭିଷେରା ରିପୋର୍ଟରେ ଦର୍ଶାଯାଇଛି । ସେହିପରି ପାଣିରେ ବୁଡି ଚିନ୍ମୟୀଙ୍କ ମୃତ୍ୟୁ ହୋଇଥିବା ନେଇ ଏହି ରିପୋର୍ଟରେ ଉଲ୍ଲେଖ ରହିଥିବା ସମ୍ବଲପୁ S.P କହିଛନ୍ତି ।

ଏହା ପୂର୍ବରୁ ମଧ୍ୟ ପାଣିରେ ବୁଡି ତାଙ୍କର ମୃତ୍ୟୁ ହୋଇଥିବା ଶବ ବ୍ୟବଚ୍ଛେଦ ରିପୋର୍ଟରେ କୁହାଯାଇଥିଲା । ଗତ ଫେବୃଆରୀ ୨୮ରେ ବୁର୍ଲା ପାୱାର ଚ୍ୟାନେଲରୁ ଡେଇଁ ଆତ୍ମହତ୍ୟା କରିଥିବା ଖବର ଆସିଥିଲା । ସେତେବେଳେ ଏହି ମାମଲାରେ ପୋଲିସ ଚିନ୍ମୟୀଙ୍କ ପୁରୁଷ ବନ୍ଧୁ ପ୍ରୀତିମାନ ଦେ ଓ ମାନସ ଟୁଡୁଙ୍କୁ ଅଟକ ରଖିବା ସହ ସେମାନଙ୍କ ଲାଏ ଡିଟେକସନ ଟେଷ୍ଟ କରାଇଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com