ଅନ୍ୟାନ୍ୟ

ହତ୍ୟା ଅଭିଯୋଗ ଆଣିଲେ ମୃତ ଜର୍ଜ ସୁବାସ ବିହାରୀଙ୍କ ମାଆ

କଟକ, ୦୩/୦୯/୨୦୨୨-   ମୋ ପୁଅକୁ ମାରି ଦେଇଛନ୍ତି । ଏଭଳି ଏକ ଗୁରୁତର ଅଭିଯୋଗ ଆଣିଛନ୍ତି ଶୁକ୍ରବାର ଆତ୍ମହତ୍ୟା କରିଥିବା କଟକ ପୋକ୍‌ସୋ ଆଡିସନାଲ୍ ଡିଷ୍ଟ୍ରିକ୍ଟ ଜର୍ଜ ସୁବାସଙ୍କ ମାଆ ତୁଳସୀ ବିହାରୀ । କେବଳ ତାଙ୍କ ମା ନୁହଁନ୍ତି ଭିଣୋଇ ଏବଂ ସମ୍ପର୍କୀୟମାନେ ମଧ୍ୟ ଅନୁରୂପ ଅଭିଯୋଗ ଆଣିଛନ୍ତି । ଏଥି ସହ ଘଟଣାର ସିବିଆଇ ତଦନ୍ତ ସେମାନେ ଦାବି କରିଛନ୍ତି। ମାଆ ତୁଳସୀ କହିଛନ୍ତି ଯେ, ତାଙ୍କ ପୁଅକୁ – ବୋହୂ ଏବଂ ଶଳା ମିଶି ହତ୍ୟା କରିଛନ୍ତି ଏବଂ ଜାଣିଶୁଣି ହତ୍ୟା ଘଟଣାକୁ ଆତ୍ମହତ୍ୟାର ରୂପ ଦେଇଛନ୍ତି । ଫଳରେ ଏହି ମୃତ୍ୟୁ ଘଟଣାରେ ନୂଆ ମୋଡ ନେଇଛି । ଏନେଇ ସେ କଟକ ମରକତନଗର ଥାନାରେ ଅଭିଯୋଗ କରିବେ ବୋଲି କହିଛନ୍ତି ।

ବୈଷ୍ଣବ ସମ୍ପ୍ରଦାୟରେ ମୃତ ଦେହ କବର ଦେବାର ପ୍ରଥା ରହିଛି । ହେଲେ ପରିବାର ଲୋକଙ୍କୁ ଦୂରରେ ରଖି ପୁରୀରେ ଶେଷକୃତ୍ୟ କରାଯାଇଥିବା ଅଭିଯୋଗ ହୋଇଛି । ଗତକାଲି କଟକ ସିଡିଏ ସେକ୍ଟର ୯ ସ୍ଥିତ କ୍ୱାର୍ଟରରୁ ଫ୍ୟାନରେ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଥିଲା । ଦୁଇ ଦିନ ହେବ କୋର୍ଟ ଛୁଟି ଥିବାବେଳେ ଗତକାଲି ତାଙ୍କ ଷ୍ଟେନୋଙ୍କୁ ଫୋନ୍ କରି ଛୁଟିରେ ରହିବେ ବୋଲି କହିଥିଲେ ବିଚାରପତି ସୁବାସ ।

ଏଥିସହ ବିଚାରପତିଙ୍କ ଶବ ସଂସ୍କାରକୁ ନେଇ ତାଙ୍କ ବାପଘର ଏବଂ ଶ୍ୱଶୁର ଘର ମଧ୍ୟରେ ବିବାଦ ଦେଖା ଦେଇଥିଲା । ସାନ ଭାଇ ସୁବୋଧ ସଂପର୍କୀୟଙ୍କ ସହ ଡାକ୍ତରଖାନାରେ ପହଞ୍ଚି ମୃତଦେହ ଗାଁକୁ ଆଣି ଶେଷକୃତ୍ୟ ସଂପନ୍ନ କରିବାକୁ ଚାହିଁଥିଲେ । ହେଲେ ଶ୍ୱଶୁର ଘର ଲୋକ ଏହାକୁ ବିରୋଧ କରିବା ସହ ଶବ ସଂସ୍କାର ପାଇଁ ପୁରୀ ସ୍ୱର୍ଗଦ୍ୱାର ନେଇଥିଲେ । ଏଭଳିକି ମୃତ ବିଚାରପତିଙ୍କ ମାଆ ତୁଳସୀ ବିହାରୀ ନିଜ ପୁଅର ମୁହଁ ଦେଖିବାରୁ ବଞ୍ଚିତ ହୋଇଥିଲେ । ଏବେବି ରହସ୍ୟରେ ଥିବା ଏହି ହତ୍ୟାକାଣ୍ଡ ଘଟଣା ପାରିବାରିକ ଅଶାନ୍ତିରୁ ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com