ଅନ୍ୟାନ୍ୟ

ରଦ୍ଦ ହେଲା ଚଳଚିତ୍ର ପୁରସ୍କାର ତାଲିକା

  କଟକ, ୧୯/୦୧/୨୦୨୩ –  ଅନ୍ୟ ଭାଷାର ଚଳଚିତ୍ରରୁ ରିମେକ୍ ହୋଇଥିବା ଦୁଇ ଓଡ଼ିଆ ଚଳଚିତ୍ର‘ଖୁସି’ ଓ ‘ଗୋଲମାଲ ଲଭ୍’କୁ କୌଣସି ବର୍ଗରେ ପୁରସ୍କାର ପାଇଁ ବିଚାରକୁ ନିଆଯିବ ନାହିଁ । ଏଭଳି କହିଛନ୍ତି ଓଡ଼ିଶା ହାଇକୋର୍ଟ ।  ଜଷ୍ଟିସ୍ ଡକ୍ଟର ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ନିର୍ଦ୍ଦେଶକ ବବି ଇସଲାମଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

ଏହା ସହିତ ୩୧ତମ ରାଜ୍ୟ ଚଳଚିତ୍ର ପୁରସ୍କାର ପାଇଁ ଘୋଷଣା କରାଯାଇଥିବା ତାଲିକାକୁ ମଧ୍ୟ ରଦ୍ଦ କରିଛନ୍ତି ହାଇକୋର୍ଟ । କୋରିଆର ‌‘ହୋପ୍‌’ ନାମକ ଫିଲ୍ମର ରିମେକ୍ ‘ଖୁସି ହୋଇଥିବା ବେଳେ ପଞ୍ଜାବୀ ଫିଲ୍ମ ‘କ୍ୟାରି ଅନ୍ ଜଟ୍ଟା’କୁ କପି କରି ‘ଗୋଲ୍‌ମାଲ୍‌ ଲଭ୍‌’ ଓଡ଼ିଆ ଚଳଚ୍ଚିତ୍ର ନିର୍ମାଣ ହୋଇଛି । ଓଡ଼ିଆ ସିନେ ସଂସ୍କୃତିରେ ମୌଳିକତା ଉପରେ ହାଇକୋର୍ଟ ଗୁରୁତ୍ୱାରୋପ କରିଛନ୍ତି ।

ତେଣୁ ମାସକ ଭିତରେ ନିୟମାବଳୀ ଅନୁସାରେ ସାନି ମନୋନୟନ ତାଲିକା ଘୋଷଣା କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।  ୨୭ଟି ବର୍ଗରେ ପୁରସ୍କାର ଘୋଷଣା କରାଯାଇଥିବା ବେଳେ ବବି ଇସଲାମଙ୍କ ଚଳଚ୍ଚିତ୍ର କିନ୍ତୁ ଗୋଟିଏ ବି ବର୍ଗରେ ସ୍ଥାନ ପାଇ ପାରି ନଥିଲା । ସମଗ୍ର ଚୟନ ପ୍ରକ୍ରିୟାକୁ ନେଇ ବବି ଇସଲାମ ପ୍ରଶ୍ନ ଉଠାଇଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com