ଅନ୍ୟାନ୍ୟ

କଂଗ୍ରେସକୁ ପୁଣି ଫେରିବା ଖବରକୁ ଖଣ୍ଡନ କଲେ ଗୁଲାମନବୀ

ନୂଆଦିଲ୍ଲୀ, ୩୧/୧୨/୨୦୨୨-   ଗୁଲାମନବୀ ଆଜାଦ ପୁଣି କଂଗ୍ରେସକୁ ଫେରି ପାରନ୍ତି । ଏହି ଆଲୋଚନା ଉପରେ ପୂର୍ଣ୍ଣଛେଦ ପକାଇଛନ୍ତି ଗୁଲାମନବୀ । ଏନେଇ ପ୍ରତିକ୍ରିୟା ଦେଇ ଗୁଲାମନବୀ କହିଛନ୍ତି ଯେ, କଂଗ୍ରେସକୁ ଫେରିବାର କୌଣସି ସମ୍ଭାବନା ନାହିଁ । ତାଙ୍କର ଘର ବାହୁଡ଼ା ଖବରକୁ ଗଣମାଧ୍ୟମରେ ଜାଣିଶୁଣି କଂଗ୍ରେସର କିଛି ନ୍ୟସ୍ତସ୍ୱାର୍ଥ ନେତା ପ୍ରକାଶ କରିଛନ୍ତି । ଏହି କଥାରେ କୌଣସି ପ୍ରକାରର ସତ୍ୟତା ନାହିଁ ।

ଗୁଲାମନବୀ ଆହୁରି କହିଛନ୍ତି ଯେ, ମୁଁ ଏନେଇ କେବେ ହେଲେ କୌଣସି କଂଗ୍ରେସ ନେତାଙ୍କ ସହ କଥା ହୋଇନି । କେହି ବି ମୋ ସହ କଥା ହେବାକୁ ଫୋନ କରି ନାହାନ୍ତି । ମୁଁ ନୂଆ କରି ଗଠନ କରିଥିବା ଦଳର ନେତା ଓ କର୍ମୀଙ୍କ ଜୋଶକୁ ଭାଙ୍ଗିବା ଏବଂ ସେମାନଙ୍କୁ ମାନସିକ ସ୍ତରରେ ଦୁର୍ବଳ କରିବା ପାଇଁ ଏସବୁ ମିଛ ଖବରକୁ ପ୍ରକାଶ କରାଯାଉଛି । କିନ୍ତୁ ସେ ଯାହା ବି ହେଉ, ଆମେ ବେଶ ଦୃଢ଼ତାର ସହ ନିଜର ପରିଚୟ ସୃଷ୍ଟି କରିବୁ ବୋଲି ଅଜାଦ କହିଛନ୍ତି । ସେ ଆହୁରି କହିଛନ୍ତି ଯେ, ମୁଁ କାହା ସହ କାଦୁଅ ଫିଙ୍ଗା ରାଜନୀତି କରେ ନାହିଁ । ମୋର ଯାହା ବି କହିବାର ଥିଲା, ସେସବୁ ମୁଁ ମୋର ଇସ୍ତଫାପତ୍ରରେ କହି ସାରିଛି ।

 

 

Related Articles

Back to top button
WP Twitter Auto Publish Powered By : XYZScripts.com