ଅନ୍ୟାନ୍ୟ

ବିହାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନୀତିଶ କୁମାର

 ବିହାର, ୦୯/୦୮/୨୦୨୨-  ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଙ୍ଗଳବାର ମନ୍ତ୍ରୀପଦରୁ ଇସ୍ତଫା ଦେଇଛନ୍ତି । ସେ ରାଜ୍ୟପାଳଙ୍କୁ ଭେଟି ତାଙ୍କ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ସେପଟେ  ଦଳୀୟ ବିଧାୟକ ଓ ସାଂସଦଙ୍କ ସହ ବୈଠକ ପରେ ବିଜେପି ସହ ମେଣ୍ଟ ଭାଙ୍ଗିଥିବା ଘୋଷଣା କରିଥିଲେ ନୀତିଶ କୁମାର । ଅନୁମାନ କରାଯାଉଛି କି ଖୁବଶୀଘ୍ର ନୀତିଶ  ଜେଡିୟୁ ମହାଗଠବନ୍ଧନ ସହ ମେଣ୍ଟ କରି ସରକାର ଗଠନ କରିବେ । ସେ ଇସ୍ତଫା ପତ୍ର ପ୍ରଦାନ କରିବା ସହ ନୂଆ ସରକାର ଗଠନ ନେଇ ରାଜ୍ୟପାଳଙ୍କୁ ବିଧାୟକଙ୍କ ସମର୍ଥନ ପତ୍ର ବି ପ୍ରଦାନ କରିଥିବା କଥା ଆଲୋଚନା ହେଉଛି ।

    ଅନ୍ୟପଟେ ବିହାର ରାଜନୀତିରେ କ୍ଷମତାର ଯେଉଁ ନୂଆ ସମୀକରଣ ଦେଖା ଦେଇଛି ତାହା ମୁତାବକ ଜେଡିୟୁ, ଆରଜେଡି, କଂଗ୍ରେସ ଓ ବାମଦଳ ମିଶି ସରକାର ଗଠନ କରିବେ । ଏବେ ନୀତିଶଙ୍କ ନିକଟରେ ୧୬୦ ଜଣ ବିଧାୟକଙ୍କ ସମର୍ଥନ ଥିବା କଥା ଆକଳନ କରାଯାଉଛି । ଏହି ୧୬୦ ବିଧାୟକଙ୍କ ମଧ୍ୟରେ ଆରଜେଡିର ୭୯, ଜେଡିୟୁର ୪୫, କଂଗ୍ରେସର ୧୯ ଓ ବାମଦଳର ୧୬ ଜଣ ବିଧାୟକ ଅଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com