ଓଡ଼ିଶା

ଖୋର୍ଦ୍ଧାରୁ ପୁଣି କେଜିଏରୁ ଅଧିକ ଧଳାଜହର ଜବତ, ୪ ଗିରଫ

ଭୁବନେଶ୍ୱର: ଥମୁନି ଧଳାଜହର କାରବାର । ଖୋର୍ଦ୍ଧାରୁ ପୁଣି ଜବତ ହେଲା ବିପୁଳ ପରିମାଣର ବ୍ରାଉନସୁଗାର । ୧ କେଜି ୩୦ ଗ୍ରାମ୍‌ର ବ୍ରାଉନ୍‌ସୁାଗର ଜବତ କରିବା ସହ ୪ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ ହୋଇଛନ୍ତି । ବ୍ରାଉନ୍‌ସୁଗାର କାରବାର ନେଇ କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌କୁ ଗୁଇନ୍ଦା ସୂଚନା ମିଳିଥିଲା । ଏହି ଆଧାରରେ ଏସ୍‌ଟିଏଫ୍‌ ଖୋର୍ଦ୍ଧାର ଏକ ସ୍ଥାନରେ ଚଢାଉ କରିଥିଲା । ତେବେ ଏହି ଚଢାଉରେ ଏସ୍‌ଟିଏଫ୍‌କୁ ୧ କେଜି ୩୦ ଗ୍ରାମ ବ୍ରାଉନ୍‌ସୁଗାର ଜବତ କରିଛି । ଏହାସହିତ ଘଟଣାରେ ୪ଜଣଙ୍କୁ ଗିରଫ ହୋଇଛନ୍ତି । ଗିରଫ ୪ ଅଭିଯୁକ୍ତ କୋଚିଳାବଣର ରାକେଶ କୁମାର ବାରିକ ଓ ବିରଞ୍ଚିନାରାୟଣ ସାହୁ ଏବଂ ଅନ୍ୟ ଦୁଇ ଅଭିଯୁକ୍ତ ସାମନ୍ତରାପୁରର ଜଗବନ୍ଧୁ ବିଶ୍ବାଳ ଓ ସନ୍ତୋଷ ରାଉତରାୟ ବୋଲି ଜଣାପଡିଛି । NDPS ଦ୍ବାରା ମାମଲା ରୁଜୁ ହୋଇ ଗିରଫ ୪ ଅଭିଯୁକ୍ତ କୋର୍ଟ ଚାଲାଣ କରାଯାଇଛି । ତେବେ ଏହି ଘଟଣାରେ ଆଉ କିଏ କିଏ ସାମିଲ ଅଛନ୍ତି । ସେନେଇ ମଧ୍ୟ ଖୋଲତାଡ କରୁଛି ଏସ୍‌ଟିଏଫ୍‌ । ଏପିରିକି ଚାରି ଜଣଙ୍କୁ ପଚରାଉଚରା ମଧ୍ୟ କରୁଛି ଏସ୍‌ଟିଏଫ୍‌ । ସେହିପରି  ୨୦୨୦ ପରଠାରୁ ଏସ୍‌ଟିଏଫ୍‌ ଦ୍ବାରା ୫୫ କେଜିରୁ ଅଧିକ ବ୍ରାଉନସୁଗାର ଜବତ ହେବା ସହ ଗିରଫ ହେଲେଣି ୧୫୬ ଜଣ ନିଶଦ୍ରବ୍ୟ ବ୍ୟବସାୟୀ ।

Related Articles

Back to top button
WP Twitter Auto Publish Powered By : XYZScripts.com